କୃଷି ବିଲକୁ ବିରୋଧ

କଳାହାଣ୍ଡି: କେନ୍ଦ୍ର ସରକାରଙ୍କ କୃଷକ ବିଲ ୨୦୨୦ ପ୍ରତିବାଦରେ ଜୁନାଗଡ଼ ଠାରେ କିଶାନ ସଂଘର୍ଷ କୋଡିନେସନ କମିଟିର ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ। ଶତାଧିକ ଚାଷୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ବ୍ଲକ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପ୍ରଥମତଃ ସରକାର ଅଧ୍ୟାଦେଶ ଜରିଆରେ ବିଲ୍ ପାସ୍ କରି କୃଷି କ୍ଷେତ୍ର ରେ କର୍ପୋରେଟ କୁ ପ୍ରୟାସ କରି ଚାଷୀ ଙ୍କ ସହ ବିଶ୍ବାସଘାତ କରିଥିବା ଅଭିଯୋଗ କରିଛନ୍ତି। ଦ୍ବିତୀୟତଃ ଜମାଖୋରୀକୁ ଲାଭ ପହଞ୍ଚାଇବାକୁ ଯାଇ ବର୍ତ୍ତମାନର ନିୟନ୍ତ୍ରିତ ବଜାର କମିଟି ଆଇନକୁ ଦୁର୍ବଳ କରାଯାଇଛି। ଯାହାକୁ ଚାଷୀ ସ୍ବୀକାର କରିବ ନାହିଁ। ଆଇନ ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ଚାଷୀ ନେତା ଚେତାବନୀ ଦେଇଛନ୍ତି। ଏହି ଚାଷୀ ବିକ୍ଷୋଭ କୁ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ର ସମର୍ଥନ ରହିଛି।

LEAVE A REPLY

Please enter your comment!
Please enter your name here