ସ୍କୁଲ୍ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଅଟାରବାଙ୍କ ଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ନୂତନ ସରକାରୀ ନିୟମ ଅନୁସାରେ ବନ୍ଦ କରିଦିଆଯିବା ଦ୍ବାରା ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଘୋର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସ୍କୁଲ୍ ବନ୍ଦ ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀମାନେ ଚାଉଳ ଓ ଅଣ୍ଡା ଧରି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଅନେକ ମହିଳା ମଧ୍ୟ ଧାରଣା ରେ ସାମିଲ୍ ହୋଇଥିଲେ। ଅଟାରବାଙ୍କ ଠାରେ ପୂବର୍ରୁ ଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ପଚାଶରୂ ଷାଠିଏ ଜଣ କୋମଳମତି ଛାତ୍ରଛାତ୍ରୀ ପାଠରେ ପଢୁଥିବା ବେଳେ ସରକାରୀ ଅଧିକାରୀମାନେ ସ୍କୁଲ ରେଜିଷ୍ଟର ଯାଞ୍ଚ ନକରି ମନ ମୁତାବକ ସରକାରଙ୍କୁ ରିପୋର୍ଟ କରିବା ଦ୍ବାରା ସରକାର ସ୍କୁଲକୁ ବନ୍ଦ କରିଦେଇ ଥିବା ଆନ୍ଦୋଳନକାରୀମାନେ ଅଭିଯୋଗ କରିଅଛନ୍ତି। ଏହି ସ୍କୁଲକୁ ଖୋଲିବା ପାଇଁ ପ୍ରଶାସନ ସରକାରଙ୍କୁ ରିପୋର୍ଟ ଦେବ ବୋଲି ଅତିରିକ୍ତ ଜିଲ୍ଲାପାଳ ବସନ୍ତ ପଣ୍ଡା ଆନ୍ଦୋଳନକାରୀଙ୍କୁ ପ୍ରତିଶକ୍ତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

LEAVE A REPLY

Please enter your comment!
Please enter your name here