27.1 C
Bhubaneswar
Thursday, April 25, 2024
Homeଓଡିଶାଯାଜପୁରସରପଞ୍ଚଙ୍କ ଅଭିନୟ ଢଙ୍ଗରେ କୋମଳମତି ଛାତ୍ର ଛାତ୍ରୀଙ୍କୁ ନେଇ ବିଇଓ କାର୍ଯ୍ୟାଳୟ ସମୁଖରେ ଧାରଣା

ସରପଞ୍ଚଙ୍କ ଅଭିନୟ ଢଙ୍ଗରେ କୋମଳମତି ଛାତ୍ର ଛାତ୍ରୀଙ୍କୁ ନେଇ ବିଇଓ କାର୍ଯ୍ୟାଳୟ ସମୁଖରେ ଧାରଣା

ଯାଜପୁର : ଯାଜପୁର ଜିଲାର କୋରେଇ ବ୍ଲକ ଜନ୍ହା ପଞ୍ଚାୟତ ଜହ୍ନକଣା ସ୍କୁଲକୁ ଅନ୍ୟ ଏକ ସ୍କୁଲରେ ମିଶ୍ରଣ ପ୍ରତିବାଦରେ ଜହ୍ନକ୍ଷ ସରପଞ୍ଚଙ୍କ ନେତୃତ୍ୱରେ କୋମଳମତି ଛାତ୍ର ଛାତ୍ରୀ ଓ ଅଭିଭାବକକୁ ନେଇ କୋରେଇ ବ୍ଲକ ବିଇଓଙ୍କ କାର୍ଯ୍ୟାଳୟ ନିକଟରେ ଅଭିନବ ଢଙ୍ଗରେ ଧାରଣା ଦେଇଥିଲେ । ସରପଞ୍ଚ ଧାରଣା ସ୍ଥଳୀରେ ପିଲା ମାନଙ୍କୁ ନିଜେ ପାଠ ପଢ଼ାଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଶୁକ୍ରବାର ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଏକତ୍ରିତ ହୋଇ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଧାରଣା ବସି ରହିଥିଲେ । ସୂଚନା ମୁତାବକ ଜହ୍ନକଣା ଗାଁର ପ୍ରାଥମିକ ସ୍କୁଲରେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ଦର୍ଶାଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଅନ୍ୟ ଏକ ଦୁଇ କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସ୍କୁଲରେ ମିଶ୍ରଣ କରି ଦେଇ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇ ଛନ୍ତି । ତେବେ ଏହାକୁ ବିରୋଧ କରି ଆଜି ଜହ୍ନକଣାଗାଁର ୩୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଭିଭାବକ କୋରେଇ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟର ସମ୍ମୁଖରେ ଧାରଣା ଦେଇଛନ୍ତି । ସ୍କୁଲ ବନ୍ଦ ପ୍ରତିବାଦରେ ରାତ୍ରି ପଯ୍ୟନ୍ତ ଧାରଣା ଚାଲୁ ରହିବାରୁ ଘଟଣା ସ୍ଥଳରେ କୋରେଇ ବିଡ଼ିଓ ରଞ୍ଜନ କୁମାର ପରିଡା ଓ ବିଇଓ ପଂହଁଚି ଦାବିପତ୍ରକୁ ଯାଜପୁର ଜିଲାପାଳଙ୍କ ନିକଟ ପଠାଇବେ ସରପଞ୍ଚ ଜିଲାପାଳଙ୍କ ସହ ଆଲୋଚନା କରିବେ ସ୍କୁଲ ମିଶ୍ରଣ ନ ହେବା ପାଇଁ ଜିଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଵ ବୋଲି ନିର୍ଭର ପ୍ରତି ଶ୍ରୁତି ଦେବା ପରେ ଏହି ଧାରଣା ପ୍ରତ୍ୟାହୁତ ହୋଇ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking