କଳିଙ୍ଗଳଗର ଦାନଗଦି ଠାରେ ସୁପର ହସ୍ପିଟାଲ ପ୍ରତିଷ୍ଠା କରାଯିବା ପାଇଁ କଳିଙ୍ଗନଗର ବିକାଶ ତରଫରୁ ଦାନଗଦି ମେଡିକାଲ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଜିଲ୍ଲା କଳିଙ୍ଗନଗର ଦାନଗଦି ଠାରେ ସୁପର ହସ୍ପିଟାଲ ନିର୍ମାଣ ପାଇଁ ଦାନଗଦି ମେଡିକାଲ ସମ୍ମୁଖରେ ବିକ୍ଷୋଭ କଲେ କଳିଙ୍ଗନଗର ବିକାଶ ମଞ୍ଚର ସଭାପତି ଚନ୍ଦ୍ରକାନ୍ତ ନାୟକ।ଏହି ସୁପର ହସ୍ପିଟାଲ କୁ ନେଇ ଅନେକ ବାର ଦାନଗଦି ମେଡିକାଲ ସମ୍ମୁଖରେ ଧାରଣା ରେ ବସିଲେ ଚନ୍ଦ୍ର କାନ୍ତ ନାୟକ ରାଜ୍ୟ ସରକାର ଙ୍କୁ ଦାବି କରିଥିଲେ। ଏବଂ ସ୍ଵାସ୍ଥ୍ୟ ମିନ୍ତ୍ରୀ ସ୍ଥାନୀୟ ବିଧାୟକ ଓ ଯାଜପୁର ସିଡିଏମଓଙ୍କୁ ଅଭିଯୋଗ କରିଥିଲେ।କେହି କଳିଙ୍ଗନଗର ଦାନଗଦି ଠାରେ ସୁପର ହସ୍ପିଟାଲ ହେବାପାଇଁ କର୍ନପାତ ଦେଲେ ନାହିଁ। ସେଥିପାଇଁ ଆଜି କଳିଙ୍ଗନଗର ବିକାଶ ମଞ୍ଚ ଦାନଗଦି ମେଡିକାଲ ସମ୍ମୁଖରେ ବିକ୍ଷୋଭ କରି କହିଛନ୍ତି l ରାଜ୍ୟ ସରକାର ଓ ସ୍ଥାନୀୟ ବିଧାୟକ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି l ଫଳରେ କଳିଙ୍ଗ ନାଗର ବାସି ଶିଳ୍ପା ଅଞ୍ଚଳ ଧୁଳି ଧୂଆଁ ରେ ଅତିଷ୍ଟ ହୋଇ ପଡ଼ିଲାଣି l କଳିଙ୍ଗ ନଗର ଧୁଳି ଧୁଆଁ ରେ ଲୋକେ ଟିଭି କିଡନୀ ଜକ୍ଷ୍ମା ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଜନ ଜୀବନ ହାନି ଘଟୁଛି l ସ୍ଥାନୀୟ ବେକାର ଯୁବକ ଯୁବତୀ ଙ୍କୁ ନିଯୁକ୍ତି ମିଳୁନି l ଶିଳ୍ପ ପ୍ରତିଷ୍ଠା ହେଲା ଲୋକ ମାନେ ବିସ୍ଥାପିତ ହୋଇ ଜମି ବାଡ଼ି ହରାଇଲେ କାରଖାନା ର ଧୂଳି ଧୂଆଁ ରେ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଲା l ପ୍ରଦୂଷଣ ର ଶିକାର ହୋଇ ଲୋକ ମାନେ ରୋଗାକ୍ରାନ୍ତ ହେଉଛନ୍ତି ସେମାନଙ୍କୁ ଚିକିତ୍ସା ପାଇଁ ବଡ଼ ଡାକ୍ତର ଖାନା ର ଆବଶ୍ୟକ କମ୍ପାନୀ ଡାକ୍ତର ଖାନା ରେ ଚିକିତ୍ସା ସୁବିଧା ମିଳୁନି l ତେଣୁ ସୁପର ହସ୍ପିଟାଲ ର ଆବଶ୍ୟକ ସରକାର ଓ ସ୍ଥାନୀୟ ବିଧାୟକ ଏଥି ପ୍ରତି ଦିଅନ୍ତୁ l ବୋଲି କହିଛନ୍ତି ବିକାଶ ମଞ୍ଚ ର ଚନ୍ଦ୍ର କାନ୍ତ ନାୟକ ଓ ଶୁବାଷ ବଳ ସାମନ୍ତ ।ଯଦି କଳିଙ୍ଗନଗର ଠାରେ ସୁପର ହସ୍ପିଟାଲ ଯଥାଶୀଘ୍ର ପ୍ରତିଷ୍ଠକରା ନ ଯାଏ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here