26.1 C
Bhubaneswar
Friday, March 29, 2024
Homeଓଡିଶାପରୀ ହତ୍ୟା ଘଟଣାରେ ବିଜେପି ନଗର ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

ପରୀ ହତ୍ୟା ଘଟଣାରେ ବିଜେପି ନଗର ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ

ରାୟଗଡ : ନୟାଗଡ ଜିଲ୍ଲାର ୫ ବର୍ଷର ଝିଅ ପରୀ ହତ୍ୟାକାଣ୍ଡ ନେଇ ଆଜି ରାୟଗଡ ସଦର ମହକୁମାରେ ଭାରତୀୟ ଜନତା ପାର୍ଟିର ନଗର ମହିଳା ମୋର୍ଚ୍ଚା ତରଫରୁ ବିଜେପି ନଗର ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ସ୍ଥାନୀୟ କପିଳାସ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଥିଲା । ଉକ୍ତ କାର‌୍ୟ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ତରଫରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଘଟଣାର ଅଭିଯୁକ୍ତ ବାବୁଲି ନାୟକ କୁ ଗିରଫ ସହ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଇସ୍ତଫା ଦାବୀ କରିଥିଲେ । ଏହି ଘଟଣାକୁ ନେଇ ବିଧାୟକ ସୌମ୍ୟ ରଂଜନ ପଟନାୟକ ଦେଇଥିବା ବିବୃତିକୁ ଘୋର ନିନ୍ଦା କରିଥିଲେ । ଏହି କାର‌୍ୟ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ କୁଶପୁତଳିକା ଦାହ କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଶିବ ପଟନାୟକ, କାଳିରାମ ମାଝୀ, ବସନ୍ତ ଉଲ୍ଲକା, ମହିଳା ନେତ୍ରୀ ଅର୍ଚାନ ବର୍ମା, ଗୌରୀ ମାଣ୍ଡାଙ୍ଗୀ, ମଂଜୁଳା ମିଣିଆକା, ପ୍ରମୁଖ ଉପସ୍ଥିତ ଥିଲେ । ନେତ୍ରୀ ବୁରୁଡି ଲକ୍ଷ୍ମୀ ଉକ୍ତ କାର‌୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking