40.1 C
Bhubaneswar
Thursday, April 25, 2024
Homeଅପରାଧଆଶାକର୍ମୀଙ୍କୁ ଗଣଦୁଷ୍କର୍ମ

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ

ପାରାଦ୍ବୀପ: ବହୁ ଚର୍ଚ୍ଚିତ ପାରାଦ୍ବୀପ ବନ୍ଦରାଞ୍ଚଳରେ ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାକୁ ନେଇ ରାଜନୀତିକରଣ କରାଯାଉଥିବା ଆଶାକର୍ମୀଙ୍କ ବାପା ଅଭିଯୋଗ କରିଛନ୍ତି । କିଛି ଦଳ ବାରମ୍ବାର ଝିଅର ନାମ ନେଇ ରାଜନୀତି କରୁଛନ୍ତି । ଯାହା ଫଳରେ ଝିଅ ମାନସିକ ସ୍ତରରେ ଆଘାତ ପାଉଥିବା ବାପା କହିଛନ୍ତି । ତେଣୁ ଏଭଳି ନକରିବା ପାଇଁ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି,” ମୋ ଝିଅ ସହ ଯେଉଁ ଘଟଣା ଘଟିଲା ସେନେଇ ଆମେ ଥାନାରେ ଏତଲା ଦେଇଛୁ । ପୋଲିସ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ସହଯୋଗ କରି ତଦନ୍ତ ଜାରି ରଖିଛି । କିନ୍ତୁ ସେହି ଘଟଣାକୁ ବାରମ୍ବାର ସାମାଜିକ ଗଣମାଧ୍ୟମରେ ପ୍ରଚାର କରିବାରୁ ଆମ ସମ୍ମାନ ହାନୀ ହେଉଛି । ରାଜନୈତିକ ଦଳ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ରାଜନୀତି କରୁଛନ୍ତି ।” ତେଣୁ ଏଭଳି ନ କରିବା ପାଇଁ ସେ ରାଜନୈତିକ ଦଳ ମାନଙ୍କୁ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୬ ତାରିଖ ଦିନ ପାରାଦ୍ୱୀପର ନେହୁର ବଙ୍ଗଳା ନିକଟରେ ୪ ଜଣ ଯୁବକ ଜଣେ ଆଶାକର୍ମୀଙ୍କୁ ଉଠାଇ ନେଇ ଗଣ ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲି ଯାଇଥିଲେ। ଯାହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଆଶା କର୍ମୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୩ ଜଣ ତାଙ୍କୁ ସହଯୋଗ କରିଥିଲେ ବୋଲି ଏତଲାରେ ଦର୍ଶାଇଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ପାରାଦ୍ବୀପ ଆଦର୍ଶ ଥାନା ପକ୍ଷରୁ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରାଯାଇଥିଲା । ପୀଡ଼ିତାଙ୍କ ଡାକ୍ତରୀ ମାଇନା ଓ ବୟାନ ରେକର୍ଡ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କେତେକ ରାଜନୈତିକ ଦଳ ପକ୍ଷରୁ ଏହି ଘଟଣାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବାରମ୍ବାର ଏହି ଘଟଣାକୁ ରାଜନୈତିକ ରଙ୍ଗ ନ ଦେବା ପାଇଁ ପୀଡ଼ିତାଙ୍କ ବାପା ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking