18.1 C
Bhubaneswar
Sunday, November 24, 2024
Homeଓଡିଶାଆସନ୍ତାକଲିଠାରୁ ପ୍ରସ୍ତାବିତ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଆସନ୍ତାକଲିଠାରୁ ପ୍ରସ୍ତାବିତ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ୱର: ଆସନ୍ତାକଲିଠାରୁ ରାଜ୍ୟରେ ୧୦ଦଫାଦାବି ନେଇ ଘରୋଇ ବସ୍ ସଂଘ ପକ୍ଷରୁ ଯେଉଁ ଧର୍ମଘଟ କରିବାକୁ ନିଷ୍ପତ୍ତି ହୋଇଥିଲା ତାହା ଶନିବାର ପ୍ରତ୍ୟାହୃତ କରାଯାଇଛି ବୋଲି ସଂଘର ମଚଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି । ଶ୍ରୀ ନାୟକ କହିଛନ୍ତି ଯେ, ଶନିବାର ରାଜ୍ୟ ସରକାର ୧୦ଦଫା ଦାବି ଉପରେ ବସ୍ ମାଲିକ ସଂଘର ପ୍ରତିନିଧିଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆଲୋଚନା ଲାଗି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ଦାବି ପୂରଣ କରିବା ପାଇଁ ସରକାର ପ୍ରତିଶୃତି ଦେଇଥିବାରୁ ବସ୍ ଧର୍ମଘଟ ପ୍ରତ୍ୟାହାର କରାଯାଇଛି ।

ତେବେ ପ୍ରମୁଖ ୧୦ଦଫା ଦାବି ଗୁଡିକ ହେଉଛି, ତୃତୀୟ ପକ୍ଷଙ୍କୁ ପୁରୁଣା ବସ୍ ମାଲିକମାନେ ସମ୍ପୃକ୍ତ ବସ୍‌ର ପରିମିଟ ସହ ବିକ୍ରୟ କରିପାରିବେ, ବସ୍‌ରେ ଶୋଇବାର ବ୍ୟବସ୍ଥା ଥିବା ବସ୍‌ଗୁଡିକ ଦିନ ସମୟରେ ରାସ୍ତାରେ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିବା, ଅନୁମତି ପତ୍ରର ନବୀକରଣ ୧୫ବର୍ଷରୁ ଅଧିକ ବସ୍‌ଗୁଡିକର ଯଦି ଯୁଗ୍ମ ଅଧିକାରୀଙ୍କ ଯୋଗ୍ୟ ପ୍ରମାଣପତ୍ର ଥାଏ ତେବେ ସ୍ଥାୟୀ ଅନୁମତି ଦେବା ଲାଗି ବ୍ୟବସ୍ଥା, ମଙ୍ଗୁଳି ଠାରୁ ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥ ଦୟନୀୟ ଅବ୍ୟସ୍ଥାର ସୁଧାର ଆଣିବା, ଜାତୀୟ ରାଜପଥ କର୍ତ୍ତୃପକ୍ଷ ଆସନ୍ତା ଅଗଷ୍ଟ ୩୧ତାରିଖ ଭିତରେ କାର୍ଯ୍ୟ ସାରିବାକୁ ପ୍ରତିଶୃତି, ଅନ୍ତ ସହରାଞ୍ଚଳ ପରିସର ମୋ ବସଗୁଡିକ ପରମିଟ୍ ନେଇ ଚଳାଚଳ କରିବା ପାଇଁ ମୋ ବସ୍‌ର କର୍ତ୍ତୃପକ୍ଷ ପ୍ରଦାନ କଲେ, ଏକଲକ୍ଷ ଟଙ୍କା ସୁଧ ରିହାତି ପ୍ରଦାନ କ୍ଷେତ୍ରରେ ବ୍ୟାଙ୍କ କର୍ତ୍ତୃପକ୍ଷ ସମସ୍ତ ସହଯୋଗ ଦେବାର ପ୍ରତିଶୃତି ପ୍ରଦାନ କଲେ, ନୂତନ ଧାର୍ଯ୍ୟ ଭଡା ନିର୍ବାଚନ ଆୟୋଗ ଦେବା ଲାଗି ମୁଖ୍ୟ ଶଶସନ ସଚିବ, ଆୟୋଗଙ୍କ ସହିତ ଆଲୋଚନା କରି ଶିଘ୍ର ଦେବାର ବ୍ୟବସ୍ଥା କରିବେ, ଉଚ୍ଚ ସୁରକ୍ଷା ସମ୍ପନ ନମ୍ବର ପ୍ଲେଟ ଲଗାଇବା ଲାଗି ଏକମାସ ସମୟ ଦିଆଯାଇଛି, ସ୍ଥାୟୀ ପରମିଟ ୫ବର୍ଷ ମଧ୍ୟରେ ଯଦି କୌଣସି ଜରୁରୀ ପରିସ୍ଥିତିରେ ଏ ବର୍ଷ ସେବା ରିହାତି ଘୋଷଣା କରାଯାଇଥିବ ପୁର୍ନ୍ନବାର ପରମିଟ୍‌କୁ ନବୀକରଣ ପାଇଁ କର୍ତ୍ତୃପକ୍ଷ ଏହାକୁ ପ୍ରକୃତ କାରଣ ଅନୁଧ୍ୟାନ କରି ପରମିଟ୍‌କୁ ନବୀକରଣ କରିବେ ଏବଂ ଜାତୀୟ ରାଜପଥ ଉପରେ ଯାତ୍ରୀଙ୍କୁ ଉଠାଇବା ଏବଂ ଓହ୍ଲାଇବା ପାଇଁ ପାର୍କିଂ ବେ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥରେ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking