37.1 C
Bhubaneswar
Thursday, March 28, 2024
Homeଓଡିଶାଜମବାଡିି ବିବାଦକୁ କେନ୍ଦ୍ର ଗୋଟିଏ ପରିବାରର ୪ ମୃତ

ଜମବାଡିି ବିବାଦକୁ କେନ୍ଦ୍ର ଗୋଟିଏ ପରିବାରର ୪ ମୃତ

ସୁନ୍ଦରଗଡ: ଜମି ପାଇଁ ଭାଇ ହେଲା ଭଗାରୀ । ସଂପତି ଆଗରେ ତୁଚ୍ଛ ହେଲା ଭାଇ । ଜମିବାଡି ପାଇଁ ସଂପର୍କର ମୂଲ କିଛି ରହୁନାହିଁ । ସିମଡେଗା ଜିଲ୍ଲା କୁର୍ଡେଗ ଥାନା ଅନ୍ତର୍ଗତ ମୁହାଡିହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଜମିବାଡି ସଂପତିକୁ କେନ୍ଦ୍ର କରି ଭାଇ ଭାଇ ଭିତରେ ହଣାହଣି ହୋଇଛନ୍ତି । ସୂଚନା ମୁତାବକ, ଆଜି ସକାଳେ ବଡ଼ ଭାଇ ଓ ତାଙ୍କ ପୁଅ ସେମାନଙ୍କର ଥିବା ଏକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ। ଏହି ସମୟରେ ତାଙ୍କ ସାନ ଭାଇର ସ୍ତ୍ରୀ ଓ ପୁଅ ଆସି ବିରୋଧ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ମରାଣାସ୍ତ୍ରରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଥିଲା। ଏଥିରେ ବଡ଼ ଭାଇ ଓ ତାଙ୍କ ପୁଅ ଏବଂ ସାନ ଭାଇର ସ୍ତ୍ରୀ ଓ ପୁଅଙ୍କ ମୃତ୍ୟୁ ଘଟିଛି। ତେବେ ମହୁଲ ଗଛ ଯେଉଁ ଜମିରେ ରହିଛି ତାହାକୁ ନେଇ ଦୁଇ ପରିବାର ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ରହିଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking