38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଏସସିବି ଅଧ୍ୟକ୍ଷଙ୍କ ପିତାଙ୍କ ପରେ ମାତାଙ୍କ ବିୟୋଗ

ଏସସିବି ଅଧ୍ୟକ୍ଷଙ୍କ ପିତାଙ୍କ ପରେ ମାତାଙ୍କ ବିୟୋଗ

ଭୁବନେଶ୍ୱର :କଟକ ଏସସିବି ମେଡ଼ିକାଲ କଲେଜର ଅଧ୍ୟକ୍ଷ ତଥା ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ୱର ହୋତାଙ୍କର ମାତୃ ବିୟୋଗ ଘଟିଛି । ଡ. ହୋତାଙ୍କ ମା’ ଜ୍ଞାନୀ ହୋତା କିଛି ଦିନ ହେବ ଅସୁସ୍ଥ ହୋଇ କଟକ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ୧୯୩୫ ମସିହାରେ ସୋନପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗାଁରେ ଜନ୍ମଗ୍ରହଣ କରିଥିଲେ । ଆଜି ପୂର୍ବାହ୍ନରେ ତାଙ୍କର ପରଲୋକ ଘଟିଛି। ଗତ ୧୫ ତାରି୍‌ଖରେ ତାଙ୍କ ସ୍ୱାମୀ ଶ୍ରୀ ଚିତ୍ତ ରଞ୍ଜନ ହୋତାଙ୍କର ପରଲୋକ ହୋଇଥିଲା । ଆସନ୍ତା କାଲି ଅର୍ଥାତ ଗୁରୁବାର ତାଙ୍କର ଦଶାହ କାର୍ଯ୍ୟକ୍ରମ ରହିଛି । ଏଠାରେ କୁହାଯାଉଛି ଯେ, ସ୍ୱାମୀ ସ୍ତ୍ରୀ ଆଗପଛ ଡକାଡକି ହୋଇ ଚାଲିଗଲେ ।

ତାଙ୍କର ତିନି ପୁଅ ଅଛନ୍ତି । ବଡ଼ ପୁଅ ଶ୍ରୀଯୁକ୍ତ ଗୋଧନେଶ୍ୱର ହୋତା ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ତଥା ଆଇନ ବିଭାଗର ଅତିରିକ୍ତ ଶାସନ ସଚିବ ଥିଲେ,ମଝିଁଆ ପୁଅ ପ୍ରଫେସର ହୋତା ଏସସିବି ଅଧ୍ୟକ୍ଷ ଅଛନ୍ତି ଏବଂ ସାନପୁଅ ରାଜେଶ୍ୱର ହୋତା ଜଣେ ବରିଷ୍ଠ ଆଇନଜୀବି । ଉଦ୍ଭୟ ଚିତ୍ତରଞ୍ଜନ ହୋତା ଓ ଜ୍ଞାନୀ ହୋତା ଦୁର୍ଗମ ଅଞ୍ଚଳର ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଚିତ୍ତଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ଗଠନ କରିଥିଲେ । ଏହି ଟ୍ରଷ୍ଟ ଏବେ ସୁଦ୍ଧା ରାଜ୍ୟର ଅଧିକାଂଶ ଜିଲ୍ଲାର ପାହାଡିଆ ଓ ଦୁର୍ଗମ ଅଞ୍ଚଳକୁ ଯାଇ ରାଜ୍ୟର ପ୍ରତିଷ୍ଠିତ ବିଶେଶଜ୍ଞ ଡାକ୍ତରମାନଙ୍କୁ ନେଇ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଟ୍ରଷ୍ଟର ଦୁଇ ପ୍ରତିଷ୍ଠାତାଙ୍କ ବିୟୋଗରେ ସମସ୍ତ ସଦସ୍ୟ ଓ ଚିକିତ୍ସା ସୁବିଧା ପାଉଥିବା ଲୋକମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏଥିନେଇ ଶୋକବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking