31.1 C
Bhubaneswar
Friday, March 29, 2024
Homeଓଡିଶାଫସିିଲା ବିଜେପି

ଫସିିଲା ବିଜେପି

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବିଜେଡି ବିରୋଧରେ ଅପହରଣର ଅଭିଯୋଗ ଆଣି ଶେଷରେ ବିଜେପି ନିଜେ ଫସିଲା । ଯେଉଁମାନଙ୍କୁ ଅପହରଣ କରାଯାଇଥିବା ବିଜେପି ସାମ୍ବାଦିକ ସମ୍ମିଳନୀକରି କହିଲା ସେହିମାନେ ଆଜି ପଦାକୁ ବାହାରି ବିଜେପିକୁ ପଦାରେ ପକାଇଛନ୍ତି । ଆଶ୍ଚର୍ଯ୍ୟ ଘଟଣା ହେଲା ସେମାନେ ପାଲଟା ବିଜେପିକୁ ମିଛୁଆ ବୋଲି କହୁଛନ୍ତି । ବିଜେପି ଶେଷରେ ଆଉ ସେମାନଙ୍କ ଉପରେ ଦୋଷ ନ ଦେଇ ବିଜେଡିିକୁ ଆଙ୍ଗୁଠି ଦେଖାଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛି ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ବିରୋଧରେ ଅପହରଣର ଅଭିଯୋଗ ଆଣିଥିଲେ । ବରଗଡ଼ର ବିଜେପି ଜିଲ୍ଲାପରିଷଦ ସଭ୍ୟଙ୍କୁ ବିଜେଡି ଅପହରଣ କରି ନେଇଥିବା କହିଥିଲେ । ଜିଲ୍ଲାପରିଷଦ ସଭ୍ୟ ନିଖୋଜ ଥିôବା କହିଥିଲେ । ଏମାନଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂହ ଅପହରଣ କରି ରଖିଥିବା ନେଇ ସିଧା ଅଭିଯୋଗ ଆଣିଥିଲେ । ବିଜେଡି ଓ ମନ୍ତ୍ରୀଙ୍କ ବିରୋଧରେ ନାନା ଆରୋପ ମଧ୍ୟ ଆଣିଥିଲେ । ହେଲେ ଆଜି ସବୁ ଓଲଟପାଲଟ ହୋଇଯାଇଛି । ବିଜେପିକୁ ନିଜେ ମୁହଁ ଲୁଚାଇବାକୁ ପଡ଼ିଛି । ଯେଉଁମାନଙ୍କୁ ଅହପରଣ କରାଯାଇଥିବା ନେଇ ଅଭିଯୋଗ ବିଜେପି କରିଥିଲା ଓ ବିଜେଡି ଯେତେ ଉଦ୍ୟମ କଲେ ମଧ୍ୟ ସେମାନଙ୍କୁ ନେଇ ପାରିବ ନାହିଁ ବୋଲି ଦୃଢ଼କ୍ତି ପ୍ରକାଶ କରିଥିଲା ତାହା ଫସର ଫାଟିଛି । ସେହିମାନେ ରବିବାର ପଦାକୁ ବାହାରି ବିଜେଡି ସପକ୍ଷରେ ମତ ରଖିବା ସହ ବିଜେପିକୁ ପାଲଟା ସମାଲୋଚନା କରିଛନ୍ତି ।
ବରଗଡ଼ ଜିଲ୍ଲାପରିଷଦ ସଭ୍ୟ ଉମେଶ ଚନ୍ଦ୍ର ବେହେରା କହିଛନ୍ତି ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ୬ ମାସ ୮ ମାସ ଆଗରୁ ବିଜେପି ଉପରେ ଅତିଷ୍ଠ ହୋଇ ପଡିଥିଲୁ । ବିଜେପି ପକ୍ଷରୁ କୌଣସି ସହଯୋଗ କି ସହାୟତା ପାଇ ନ ଥିଲୁ । ଆମେ ଲୋକଙ୍କର କାମ କିଛି କରିପାରି ନ ଥିଲୁ । ଆମେ ଏଥିନେଇ ଅତିଷ୍ଠ ହୋଇ ରହିଥିଲୁ । ୭ ଜଣ ଭଉଣୀ ଆଉ ୨ଜଣ ଭାଇ ମିଶି ଆମେ ଯୋଜନା କଲୁ ଯେ ବିଜେପିରୁ ଯଦି ଇସ୍ତଫା ନ ଦେବା ତେବେ କିଛି କାମ କରିପାରିବା ନାହିଁ । ଆମେ କଥାବାର୍ତ୍ତା ହୋଇ ମାର୍ଚ୍ଚ ୨୮, ୨୯ ବେଳକୁ ବିଜେପିରୁ ଇସ୍ତଫା ଦେଇଥିଲୁ ବୋଲି ସେ କହିଛନ୍ତି ।
ଜିଲ୍ଲାପରିସଦ ସଭ୍ୟା ସଂଯୁକ୍ତ ମାଝି କହିଛନ୍ତି ବିଜେପି ପକ୍ଷରୁ ଯେଉଁ ଆଶା କରୁଥିଲୁ ସ୍ପଷ୍ଟ ନିତି ଓ ସ୍ପଷ୍ଟ ଦିଶା ତାହା ହେଲା ନାହିଁ । କୌଣସି କାମ ଯେତେବେଳେ ଆମେ କରିପାରିଲୁ ନାହିଁ କି ବିଜେପିରୁ କିଛି ସହଯୋଗ ପାଇଲୁନାହିଁ ସେଥିପାଇଁ ଛାଡିଲୁ । ସେମାନେ ଯେଉଁଭଳି ନୀତି ହୀନ ଭାବରେ ଆମ ପ୍ରତି ବ୍ୟବହାର କଲେ ଆମେ ଧର୍ଯ୍ୟ ହରା ହୋଇ ଏତେଦିନ ଅପେକ୍ଷା କରି ଆମେ ସମସ୍ତେ ମିଳିତ ଭାବରେ ଇସ୍ତଫା ଦେଇ ନବୀନ ବାବୁଙ୍କ ବିକାଶ ଧାରାରେ ସାମିଲ ହେଲୁ ବୋଲି ଶ୍ରୀମତୀ ମାଝି କହିଛନ୍ତି ।
ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ଏହା ଉପରେ ପ୍ରତିକ୍ରୀୟା ରଖି କହିଛନ୍ତି ଏଭଳି ଷଡ଼ଯନ୍ତ୍ର ନବୀନ ପଟ୍ଟନାୟକଙ୍କ ସରକାର କରୁଛନ୍ତି ଏବଂ ସିଧାସଳଖ ତୃତୀୟ ମହଲାରୁ ନିର୍ଦ୍ଦେଶ ଆସୁଛି ବିଜେପି ଭିତରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ । ଏସବୁ କାର୍ଯ୍ୟ କଲେ ବିଜେପି ଭିତରେ ବିଭେଦ ଦେଖାଦେବ । ବିଜେପିକୁ ଭାଗଭାଗ କରିବା ପାଇଁ ସେମାନେ କୌଣସି କାମ କରାଇ ଦେଉନାହାଁନ୍ତି । ସେମାନେ ଜାଣି ନାହାଁନ୍ତି ଦଳ ଛାଡ଼ି ଯାଇପାରିବେ ନାହିଁ । ଦଳ ବିରୋଧୀ ଆଇନ ସେମାନଙ୍କ ପାଇଁ ଲାଗୁହେବ । ଆମେ ନିର୍ବାଚନ କମିଶନରଙ୍କୁ ଏ ବିଷୟରେ ଅବଗତ କରାଇବୁ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking