24.1 C
Bhubaneswar
Tuesday, May 24, 2022
Homeଦେଶ ବିଦେଶସରୋଗେସି ମାଧ୍ୟମରେ ମାତାପିତା ହେଲେ ପ୍ରିୟଙ୍କା-ନିକ୍

ସରୋଗେସି ମାଧ୍ୟମରେ ମାତାପିତା ହେଲେ ପ୍ରିୟଙ୍କା-ନିକ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଟିକି ସଦସ୍ୟ ଆସିଛନ୍ତି। ପ୍ରିୟଙ୍କା ଏବଂ ନିକ୍ ମାତାପିତା ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ତାଙ୍କ ଘରକୁ ଆସିଥିବା ଟିକି ସଦସ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ନିକ୍ ଏବଂ ପ୍ରିୟଙ୍କା ସରୋଗେସି ମାଧ୍ୟମରେ ପିତାମାତା ହୋଇଛନ୍ତି । ତେବେ ପୁଅ ଜନ୍ମ ହୋଇଛି ନା ଝିଅ ସେ ସମ୍ପର୍କରେ ସେ ଏପର୍ଯ୍ୟନ୍ତ ସୂଚନା ଦେଇନାହାଁନ୍ତି। ପ୍ରିୟଙ୍କା ଜଣେ ମାଆ ହେବା ନେଇ ଖୁସିରେ ଆତ୍ମହରା ହୋଇଛନ୍ତି । ଏହି ଖୁସି ଖବର ପାଇଁ ସେଲିବ୍ରିଟିମାନେ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି ।

ପ୍ରିୟଙ୍କା ଏବଂ ନିକ୍ ଏକାଠି ସୋସିଆଲ ମିଡିଆରେ ଶିଶୁର ଜନ୍ମ ନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି – ଏହା ଆମକୁ କହିବାରେ ବହୁତ ଖୁସି ଲାଗୁଛି ଯେ ସରୋଗେସି ମାଧ୍ୟମରେ ଆମେ ପିତାମାତା ହୋଇଛୁ । ଏହି ବିଶେଷ ସମୟରେ ଆମେ ଆମ ପରିବାର ଉପରେ ଧ୍ୟାନ ଦେବାକୁ ପଡୁଥିବାରୁ ଆମେ ଆପଣଙ୍କଠାରୁ ଗୋପନୀୟତା ଆଶା କରୁଛୁ । ବହୁତ୍ ବହୁତ୍ ଧନ୍ୟବାଦ୍। ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ନିକଙ୍କୁ ଟ୍ୟାଗ୍ କରି ଏକ ହୃଦୟ ଇମୋଜି ପୋଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking