39.2 C
Bhubaneswar
Thursday, April 18, 2024
Homeଦେଶ ବିଦେଶପ୍ରିୟଙ୍କା, ଅଖିଳେଶ ଅଟକ

ପ୍ରିୟଙ୍କା, ଅଖିଳେଶ ଅଟକ

ଲକ୍ଷ୍ନୌ: ଲଖିମପୁର ଖେରି ହିଂସାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପରିବାରକୁ ଭେଟିବାକୁ ଉଦ୍ୟମ କରିଥିବା ଏକାଧିକ ରାଜନେତାଙ୍କୁ ନିରାଶ ହେବାକୁ ପଡିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଏହି ସୁଯୋଗ ଦିଆଯାଇନଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର ଓ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଅଟକ କରାଯାଇଥିବା ଜଣାପଡିଛି । ପ୍ରିୟଙ୍କାଙ୍କୁ ସୀତାପୁରଠାରେ ପୁଲିସ ଅଟକ କରିଥିଲା । ପ୍ରିୟଙ୍କା ଏହାର ପ୍ରତିବାଦରେ ଥାନରେ ଝାଡୁ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଘଟଣାର ପ୍ରକୃତ ଦୋଷୀଙ୍କୁ ଗିରଫ କରାଯାଇନଥିବାବେଳେ ତାଙ୍କୁ କାହିଁକି ଅଟକ କରାଯାଉଛି ବୋଲି ପ୍ରିୟଙ୍କା ପୁଲିସକୁ ପ୍ରଶ୍ନ କରିଥିଲେ । ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବାରୁ ଆପଣମାନେ ସେଠାକୁୁ ଯାଇପାରିବେ ନାହିଁ ବୋଲି ପୁଲିସ ତାଙ୍କୁ ଉତ୍ତର ଦେଇଥିଲା । ପୁଲିସ ତାଙ୍କୁ ଧରିବାକୁ ଯିବା ସମୟରେ ପ୍ରିୟଙ୍କା ପାଲଟା ଧମକ ଦେଇଥିଲେ ।

ଗିରଫ ପରୱାନ ନଥାଇ ତାଙ୍କୁ ଗିରଫ କରାଯାଇପାରିବନି ବୋଲି ପ୍ରିୟଙ୍କା କହିଥିଲେ । ତେବେ ପୁଲିସ ତାଙ୍କୁ ବଳପୂର୍ବକ ଥାନାକୁ ନେବା ସମୟରେ ପ୍ରିୟଙ୍କା ଏହାକୁ ଅପହରଣ, ମହିଳାଙ୍କ ପ୍ରତି ଦୁର୍ବବ୍ୟହାର ବୋଲି ଆକ୍ଷେପ କରିଥିଲେ । ଅପରପକ୍ଷରେ ଳଖିମପୁର ଖେରି ଯିବାକୁ ଅନୁମତି ନମିଳିବାରୁ ଅଖିଳେଶ ତାଙ୍କର ଲକ୍ଷ୍ନୌସ୍ଥିତ ବାସଭବନ ସମ୍ମୁଖରେ ଧାରଣାରେ ବସିଥିବାବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା । ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାର ପିଛା ୨ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଅଖିଳେଶ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking