25.1 C
Bhubaneswar
Friday, March 1, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଘରୋଇ ବସ୍‌ ମାଲିକ ସଂଘ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଘରୋଇ ବସ୍‌ ମାଲିକ ସଂଘ

ଭୁ‌ବନେଶ୍ବର: ରାଜ୍ୟରେ ମୋ ବସ୍‌ ଓ ଲକ୍ଷ୍ମୀ ଯୋଜନା ଅଧିନରେ ବସ୍‌ ଚଳାଚଳ ପ୍ରସଙ୍ଗରେ ଘରୋଇ ବସ୍‌ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି। ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖାଯାଇ ଭୁବନେଶ୍ବର, କେନ୍ଦୁଝର ଓ ବ୍ରହ୍ମପୁରରେ ନୂତନ ରୁଟ୍‌ରେ ଆରମ୍ଭ ହେଉଥିବା ମୋ ବସ୍ ଚଳାଚଳ ଯୋଜନାକୁ ବିରୋଧ କରାଯାଇଛି। ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି। ବସ୍‌ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର କୁମାର ସାହୁ ଜଣାଇଛନ୍ତି, ଅକ୍ଟୋବର ୨୬ରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ‘ମୋ ବସ୍’ଚଳାଚଳ ନେଇ ସ୍ଥିତାବସ୍ଥା ଜାରି ରହିବ। ମୋ ବସ ଚଳାଚଳରେ କୌଣସି ସଂପ୍ରସାରଣ ନେଇ ନିଷ୍ପତ୍ତି ନଗର ଉନ୍ନୟନ ବିଭାଗର ଏକ କମିଟି ନେବ। ତେବେ ଏହି କମିଟିର ବୈଠକ ବିନା ଭୁବନେଶ୍ବରରେ ମୋ ବସ୍ ସେବା ନୂଆ ରୁଟ୍‌ରେ ଆରମ୍ଭ ହୋଇଛି।

ନିକଟରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ବର ବିମାନବନ୍ଦରରୁ ପୁରୀ ଓ କଟକକୁ ମୋ ବସ୍‌ ଚଳାଚଳ କରିବା ପାଇଁ ନିଷ୍ପତ୍ତି କରିଛି । ଏଥି ସହିତ କେନ୍ଦୁଝର ଓ ବ୍ରହ୍ମପୁରକୁ ମଧ୍ୟ ମୋ ବସ୍‌ ଚଳାଚଳ କରିବା ପାଇଁ ନଗର ଉନ୍ନୟନ ବିଭାଗ ଯୋଜନା କରିଛି। ସରକାରଙ୍କ ଦ୍ବାରା ମୋ ବସ୍‌ ଓ ଲକ୍ଷ୍ମୀ ବସ୍‌ଗୁଡ଼ିକ ସହର ମଧ୍ୟରେ ଚଳାଚଳ କରାଯିବା ଦ୍ବାରା ଘରୋଇ ବସ୍‌ ମାଲିକମାନେ ପ୍ରଭାବିତ ହେବେ। ଘରୋଇ ବସଗୁଡ଼ିକ କ୍ଷତି ସହିବେ। ତେଣୁ ଘରୋଇ ବସ୍‌ ମାଲିକମାନଙ୍କ ସ୍ବାର୍ଥ ପ୍ରତି ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରୁଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking