32.1 C
Bhubaneswar
Tuesday, April 23, 2024
Homeଅପରାଧଜେଲରୁ ଫେରାର କଏଦୀ ଗିରଫ

ଜେଲରୁ ଫେରାର କଏଦୀ ଗିରଫ

ସୋର: ଗତ ୧ ତାରିଖରେ ସୋର ସବ୍‌ଜେଲ୍‌ରୁ ଜଣେ କଏଦୀ ଜେଲର କଡା ସୁରକ୍ଷା ଭିତରୁ ଜେଲର ଏବଂ କର୍ମଚାରୀଙ୍କୁ ଚକମା ଦେଖାଇ ଚମ୍ପଟ ମାରିଥିଲା । ଏହି ଘଟଣାକୁ ନେଇ ଜେଲରଙ୍କ କାର୍ଯ୍ୟରେ ଅବହେଳା ଦର୍ଶାଇ ଉଚ୍ଚ କର୍ତ୍ତୃପକ୍ଷ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ସୋର ପୁଲିସ ଚମ୍ପଟ କଏଦୀକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏକ ଦୁଷ୍କର୍ମ ମାମଲାରେ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ସରଡ଼ିହା ଗ୍ରାମର ଜଳିଆ ସିଂଙ୍କ ପୁଅ ଘନ ସିଂ ବିଚାରାଧୀନ କଏଦୀ ଭାବେ ସୋର ସବ୍‌ଜେଲ୍‌ରେ ଥିବାବେଳେ ଗତ ୧ ତାରିଖ ଜେଲ ଗେଟ ଖୋଲାଥିବାରୁ ଦୌଡ଼ି ଫେରାର ହୋଇଯାଇଥିଲେ । ଅଭିଯୁକ୍ତଙ୍କୁ ବିଲ ବାଡ଼ିରେ ସବ୍‌ଜେଲର ପ୍ରିୟମ୍ବଦା ପଣ୍ଡାଙ୍କ ସହ କର୍ମଚାରୀମାନେ ଖେଜାଖୋଜି କରି ନୟାନ୍ତ ହୋଇଥିଲେ ମଧ୍ୟ ଅଭିଯୁକ୍ତର ପତ୍ତା ପାଇନଥିଲେ ।

ଏହାପରେ ଜେଲର ସୋର ଥାନାରେ ଏକ ଅଭିଯୋଗ କରିବା ପରେ ସୋର ପୁଲିସ ଏକ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ଘନ ସିଂ ଘରେ ଥିବାର କୌଣସି ସୂତ୍ରରୁ ଖବର ପାଇ ସୋର ପୁଲିସ ଜେଲ ପୁଲିସ ଓ ଶରତ ଥାନା ପୁଲିସ ସହାୟତାରେ ମିଳିତ ଚଢ଼ଉ କରିଥିଲେ । ମାତ୍ର ଘନ ସିଂ ତାଙ୍କ ଘରେ ନରହି ଘରଠାରୁ ଦୂରରେ ଏକ ଲେମ୍ବୁ ବଗିଚାରେ ଶୋଇଥିବା ଜାଣିପାରି ତାକୁ ସେଠାରୁ ଗିରଫ କରାଯାଇଥିଲା । ମାତ୍ର ଗ୍ରାମବାସୀ ପୁଲିସକୁ ଦେଖି ଢେଲା ପଥର ଫିଙ୍ଗିବା ସହିତ ବିରୋଧ କରିଥିଲେ । କୌଶଳକ୍ରମେ ପୁଲିସ ସେଠାରୁ ଘନକୁ ନେଇ ପଳେଇଆସିଥିବା ବେଳେ ଆଜି ଅପରାହ୍ଣରେ ଡାକ୍ତରୀ ପରୀକ୍ଷା କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking