39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗପ୍ରଧାନମନ୍ତ୍ରୀଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଆସାମ ଓ ପଶ୍ଚିମବଙ୍ଗ ଗସ୍ତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତ ରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ଆସମର ଧମୋଜୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ମହତ୍ୱପୁର୍ଣ୍ଣ ପରିଯୋଜନା ର ଲୋକାର୍ପଣ କରିବେ । ଏହି ଗସ୍ତ ସମୟରେ ପଧାନମନ୍ତ୍ରୀ ଇଞ୍ଜିନିୟରିଂ କଲେଜର ଶିଳାନ୍ୟାସ ମଧ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ , ଏବଂ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ କେନ୍ଦ୍ରିୟ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିବେ ।

ଏହାପରେ ଅପରାହ୍ନ ସାଢେ ୪ ଟା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳୀକୁ ଗସ୍ତ କରିବେ । କୋଲକାତାରେ ନୋଆପାଡା ଠାରୁ ଦକ୍ଷିଣେଶ୍ୱର ଯାଏଁ ଯାଇଥିବା ଉତ୍ତର- ଦକ୍ଷିଣ ମେଟ୍ରୋ ଲାଇନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏକ ଅଧିକାରୀକ ବିଜ୍ଞପ୍ତିରୁ ପ୍ରକାଶଯେ ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲର ଏକ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ମଧ୍ୟ ଉଦଘାଟନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking