30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୧୦୮୧ ଉପହାରର ନିଲାମ: ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ୧୦୮୧ ଉପହାରର ନିଲାମ: ମନ୍ତ୍ରୀ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟରେ ପ୍ରଦର୍ଶିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର ମଧ୍ୟରୁ ହଜାରେରୁ ଅଧିକ ଅକ୍ଟୋବର ୧ ତାରିଖ ସୁଦ୍ଧା ନିଲାମ ସରିଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଶନ୍ ରେଡ୍ଡି କହିଛନ୍ତି । ପ୍ରଧାମନ୍ତ୍ରୀଙ୍କୁ ମିଳିଥିôବା ଉପହାର ମଧ୍ୟରୁ ଚଳିତ ବର୍ଷ ପ୍ରାୟ ୧,୩୪୮ଟି ନିଲାମ ହୋଇଥିବା ମନ୍ତ୍ରୀ କହିଛନ୍ତି । ଏହା ମଧ୍ୟରେ ଟୋକିଓ ଅଲିମ୍ପିକ୍ ଓ ପାରାଲିମ୍ପିକ୍‌ରେ ପଦକ ବିଜେତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କ୍ରୀଡ଼ା ସାମଗ୍ରୀ ଅନ୍ତର୍ଭୁକ୍ତ । ଏହି ନିଲାମରୁ ଅର୍ଜିତ ଅର୍ଥରାଶି ନମାମି ଗଙ୍ଗେ ପ୍ରୋଜେକ୍ଟକୁ ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଉପହାରର ଏହା ତୃତୀୟ ରାଉଣ୍ଡ୍ ଇ-ନିଲାମ । ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିôବା ଏହି ନିଲାମ ପ୍ରକ୍ରିୟା ପିଏମ୍‌ମେମେଣ୍ଟୋଜ୍ ଡଟ୍ ଗଭ୍ ଡଟ୍ ଇନ ୱେବ୍‌ସାଇଟ୍ ମାଧ୍ୟମରେ କରାଯାଉଛି । ଉପହାର ସ୍ୱରୂପ ପାଇଥିବା ସମସ୍ତ ପଦାର୍ଥର ନିଲାମ ପାଇଁ ନିଷ୍ପତ୍ତି ନେବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ । ଏହି ନିଲାମରୁ ମିଳୁଥିବା ଅର୍ଥରାଶି ଏକ ମହତ୍ ଉଦ୍ଦେଶ୍ୟ ଭାବେ ଦେଶର ଲାଇଫ୍‌ଲାଇନ୍ କୁହାଯାଉଥିବା ଗଙ୍ଗାନଦୀର ସଂରକ୍ଷଣ ପାଇଁ ନମାମି ଗଙ୍ଗେ ମାଧ୍ୟମରେ ଖର୍ଚ୍ଚ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଗଙ୍ଗାନଦୀକୁ ଭାରତୀୟ ସାଂସ୍କୃତିକ ଗୌରବ ବୋଲି କହିଆସୁଥିବା ମନ୍ତ୍ରୀ ରେଡ୍ଡି କହିଛନ୍ତି । ଶନିବାର ନୂଆଦିଲ୍ଲୀସ୍ଥିତ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ପରିଦର୍ଶନ ଅବସରରେ ସେ ଏହି ସୂଚନା ଦେବା ସହ ଗଙ୍ଗାନଦୀର ସଂରକ୍ଷଣ ଭଳି ଏକ ମହତ୍ କାର୍ଯ୍ୟରେ ଅବଦାନ ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କୁ ଏହି ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking