30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକ୍ୱାଡ଼୍ ଶୀର୍ଷ ବୈଠକରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କ୍ୱାଡ଼୍ ଶୀର୍ଷ ବୈଠକରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଆସନ୍ତା ୨୪ ତାରିଖ ଦିନ କ୍ୱାଡ଼୍ ନେତାମାନଙ୍କର ଶୀର୍ଷ ବୈଠକରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ବୈଠକରେ ଅଂଶଗ୍ରହଣ କରିବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଧ୍ୟ ଏହି ବୈଠକରେ ଅଂଶଗ୍ରହଣ କରିବେ । ବୈଦେଶିକ ମୁଖପାତ୍ର ଅରିନ୍ଦମ୍ ବାଗ୍‌ଚୀ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସରେ ପ୍ରଥମ ଭର୍ଚୁଆଲ୍ ଶୀର୍ଷ ବୈଠକ ପରଠାରୁ କ୍ୱାଡ଼୍ ନେତାମାନଙ୍କର ଏହା ଚତୁର୍ଥ ଶୀର୍ଷ ବୈଠକ ହେବ । ସେ କହିଛନ୍ତି, ଏହି ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ସମସ୍ତଙ୍କ ସ୍ୱାର୍ଥ ସାଧନ ହେଲାଭଳି ସାମ୍ପ୍ରତିକ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଭାବ ବିନିମୟ ହେବାର ଆଶା କରାଯାଉଛି ।

ଏହି ବୈଠକରେ କ୍ୱାଡ଼୍ ପ୍ରସ୍ତାବ ଓ କାର୍ଯ୍ୟକାରୀ ଗୋଷ୍ଠୀର ରୂପାୟନ ପ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବା ସଙ୍ଗେ ସଙ୍ଗେ ଭବିଷ୍ୟତ ସହଭାଗିତା ପାଇଁ ନୂଆ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯିବ ଏବଂ ଭାଗିଦାରୀ ପଥ ପ୍ରଦର୍ଶନ ଉପରେ ମଧ୍ୟ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ଭାରତୀୟ ବଂଶୋଦ୍ଭବମାନଙ୍କୁ ଉଦ୍‌ବୋଧନ ଦେବା ସହ ସେ ଦେଶର ଶିଳ୍ପପତିମାନଙ୍କଦ୍ୱାରା ଆୟୋଜିତ ଏକ ବୈଠକରେ ମଧ୍ୟ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking