29.1 C
Bhubaneswar
Thursday, April 25, 2024
Homeଓଡିଶାଲଗାତର ଷଷ୍ଠ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡ଼ିଜେଲ ଦର

ଲଗାତର ଷଷ୍ଠ ଦିନ ପାଇଁ ବଢିଲା ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡ଼ିଜେଲ ମୂଲ୍ୟରେ ଆଜି ଲଗାତର ଷଷ୍ଠ ଦିନ ପାଇଁ ବୃଦ୍ଧି ଘଟିଛି । ପେଟ୍ରୋଲ ଦାମ୍ ରେ ୫୭ ପଇସା ବୃଦ୍ଧି ହୋଇଥିବା ବେଳେ ଡ଼ିଜେଲ ଦାମ୍‌ରେ ୫୯ ପଇସା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ପ୍ରାୟ ୮୨ ଦିନ ପରେ ତୈଳ କମ୍ପାନୀଗୁଡ଼ିକ ଦୈନିକ ଆଧାରରେ ତୈଳମୂଲ୍ୟର ସମୀକ୍ଷା କରିଛନ୍ତି । ଅଧିସୂଚନା ଅନୁଯାୟୀ , ଆଜି ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୭୪.୫୭ ଟଙ୍କାରେ ପହଁଚିଛି । ପୂର୍ବରୁ ଏହି ମୂଲ୍ୟ ୭୪ ଟଙ୍କା ଥିଲା । ଯେତେବେଳେ କି ଡ଼ିଜେଲର ମୂଲ୍ୟ ୭୨.୨୨ ଟଙ୍କାରୁ ବଢି ଏବେ ୭୨.୮୧ରେ ପହଁଚିଛି ।
ତେବେ ଦେଶର ଅଲଗା ଅଲଗା ରାଜ୍ୟରେ ସେଲ୍ସ ଟ୍ୟାକ୍ସ ଓ ଭ୍ୟାଲୁ ଆଡେଡ଼ ଟ୍ୟାକ୍ସ ମିଶିବା ପରେ ତୈଳମୂଲ୍ୟ ମଧ୍ୟ ଅଲଗା ଅଲଗା ହୋଇଥାଏ । ଲଗାତାର ୬ ଦିନ ବଢିବା ପରେ ବତ୍ତ୍‌ର୍ମାନ ପେଟ୍ରୋଲ ଲିଟର ପିଛା ୩ଟଙ୍କା ୩୧ ପଇସା ବୃଦ୍ଧି ପାଇଥିବା ବେଳେ ଡ଼ିଜେଲ ୩ ଟଙ୍କା ୪୨ ପଇସା ବୃଦ୍ଧି ପାଇଛି ।
କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୬ଟଙ୍କା ୪୮ପଇସା ଓ ୬୮ଟଙ୍କା ୭୦ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୮୧ଟଙ୍କା ୫୩ପଇସା ଓ ୭୧ଟଙ୍କା ୪୮ପଇସା, ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୭୮ଟଙ୍କା ୫୪ପଇସା ଓ ୭୧ଟଙ୍କା ୨୧ପଇସା ରହିଛି । ସେହିପରି ଆଜି ଭୁବନେଶ୍ୱରରେ ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପିଛା ଯଥାକ୍ରମେ ୭୫ ଟଙ୍କା ୦୭ ପଇସା ଓ ୭୧ ଟଙ୍କା ୧୦ ପଇସା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking