27.8 C
Bhubaneswar
Friday, April 19, 2024
Homeଓଡିଶାରେଡ଼ିକ୍ସ ବ୍ୟୁଟି ଦ୍ଵାରା ପ୍ରେଷ୍ଟିଜିଅସ ଆୱାର୍ଡ ସୋ ୨୦୨୧ : ଜାତୀୟ ସ୍ତରରେ ମା' ଓ...

ରେଡ଼ିକ୍ସ ବ୍ୟୁଟି ଦ୍ଵାରା ପ୍ରେଷ୍ଟିଜିଅସ ଆୱାର୍ଡ ସୋ ୨୦୨୧ : ଜାତୀୟ ସ୍ତରରେ ମା’ ଓ ଝିଅଙ୍କୁ ପ୍ରଥମ ପୁରସ୍କାରରେ ପୁରସ୍କୃତ

ଭବାନୀପାଟଣା : ଦିନ ଥିଲା ନାରୀକୁ ଅସୂର୍ଯ୍ୟଂପଶ୍ୟା କୁହାଯାଉଥିଲା, କାରଣ ତାକୁ ସୂର୍ଯ୍ୟ କିରଣ ପର୍ଯ୍ୟନ୍ତ ସ୍ପର୍ଶ କରୁ ନଥିଲା। ଚାରି କାନ୍ଥ ମଧ୍ୟରେ ହିଁ ଥିଲା ତାର ଦୁନିଆ। ଘର ସମ୍ଭାଳିବା ଆଉ ପିଲାଛୁଆଙ୍କ ଦେଖାଶୁଣା ଛଡ଼ା ସେ ଅନ୍ୟ କିଛି ଚିନ୍ତା ବି କରିପାରୁ ନଥିଲା। ତେବେ ଯୁଗ ବଦଳିବା ସହ ଚିନ୍ତାଧାରା ବି ବଦଳିଛି। ନାରୀଟିଏ ବି ଘରୁ ଗୋଡ଼ କାଢ଼ି ଦୁନିଆକୁ ଦେଖାଇ ଦେଉଛି ତାର ଶକ୍ତି। ଆଜି ଆମେ ଏପରି ଜଣେ ନାରୀଶକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ। ଯିଏକି ଜଣେ ମେକପ୍ ଆର୍ଟିଷ୍ଟ ହିସାବରେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇ କଳାହାଣ୍ଡି ତଥା ଓଡ଼ିଶାକୁ ଗର୍ବିତ କରିଛନ୍ତି। ସେ ଯେ କେବଳ ନିଜ ଶକ୍ତିର ପରାକାଷ୍ଠା ଦେଖାଇଛନ୍ତି ତାହାନୁହେଁ, ନିଜ ଝିଅକୁ ବି ଗଢ଼ିଛନ୍ତି ବେଶ୍ ଭଲଭାବେ। କଥାରେ ଅଛି ଦୃଢ ଇଛାଶକ୍ତି କିଛି ବି କରି ଦେଖାଇବାର ଭାବନା ଏବଂ କଠିନ ପରିଶ୍ରମ କେବେବି ବୃଥା ଯାଏ ନାହି । ନାରୀ ଅବଳା ନୁହେଁ କି ଦୁର୍ବଳା ନୁହେଁ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି କଳାହାଣ୍ଡିର ମଞ୍ଜୁ କୌର୍ ।

ରେଡ଼ିକ୍ସ ବ୍ୟୁଟି ଦ୍ଵାରା ପ୍ରେଷ୍ଟିଜିଅସ ଆୱାର୍ଡ ସୋ ରେ ଚଳିତ ମାସ 13 ତାରିଖ ଦିଲ୍ଲୀରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଜାତୀୟ ସ୍ତରରେ ଉଭୟ ମାଁ ଓ ଝିଅ ଙ୍କୁ ପ୍ରଥମ ପୁରସ୍କାର ରେ ପୁରସ୍କୃତ ହୋଇଛନ୍ତି । ମହିଳା ଶଶକ୍ତି କରଣ ର ନିଆରା ଉଧାରଣ ସୃଷ୍ଟି କଲେ କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସହରର ମା ଓ ଝିଅ । ଭବାନୀପାଟଣା ଶାନ୍ତିନଗର ପଡା ର ମାଁ ମଞ୍ଜୁ କୌର ଓ ଝିଅ ଝାଂସି ସୋନି । ମାଁ ଜଣେ ମେକପ ଆର୍ଟିଷ୍ଟ ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଝିଅ ଝାଂସି ମଧ୍ଯ କିଡ୍ସ ରେମ୍ପ ସୋ ରେ ପ୍ରଥମ ହୋଇ ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି । ଭବାନିପାଟଣାରେ ଏକ ରୋଜ ଓ ରିବାଇବ ନାମକ ବ୍ୟୁଟି ପାର୍ଲର ଖୋଲିଛନ୍ତି । ଦିଲ୍ଲୀସ୍ଥିତ ପ୍ରିତମପୁରା ଠାରେ ଆୟୋଜିତ ରେଡ଼ିକ୍ସ ପ୍ରେଷ୍ଟିଜିଅସ ଆୱାର୍ଡ ଶୋ ରେ ମା ଓ ଝିଅ ସର୍ବଭାରତୀୟ ସ୍ଥରୀୟ ପ୍ରତିଯୋଗିତାରେ ଯୋଗଦାନ କରିଥିଲେ। ଏହି ପ୍ରତିଯୋଗିତାରେ ଦେଶର ବହୁ ପ୍ରତିଯୋଗି ଭାଗ ନେଇଥିବା ବେଳେ ମା ଓ ଝିଅ ଉଭୟେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ତଥା ରାଜ୍ଯ ପାଇଁ ଗୌରବ ଅର୍ଜନ କରିଛନ୍ତି । ସ୍ବାମୀ ସଞ୍ଜୟ କୌର ଓ ଝିଅ ଝାଂସି କୁ ନେଇ ମଞ୍ଜୁଙ୍କ ପରିବାର । ମଞ୍ଜୁଙ୍କର ବହୁ ଦିନରୁ ଇଛା ଥିଲା ଏକ ମେକ୍ ଅପ୍ ରାର୍ଟିଷ୍ଟ ହେବାର ।

ସ୍ବାମୀ ସଞ୍ଜୟ ଜମ୍ମୁ ରେ ବିଏସଏଫ (ଶୀମା ସୁରକ୍ଷା ) ରେ ନିୟୋଜିତ ଥିବା ବେଳେ ମେକ ଅପ ଆର୍ଟିଷ୍ଟ ପ୍ରତି ଆଗ୍ରହ ହୋଇଥିଲେ । ଶେଷରେ ସ୍ବାମୀ ସଞ୍ଜୟ ମଧ୍ଯ ମଞ୍ଜୁଙ୍କ ଆଗ୍ରହ କୁ ଦେଖି ସହଯୋଗ କରିଥିଲେ । 2010 ରୁ ମଞ୍ଜୁ ଦେଶର ବଡବଡ ସହରରେ ରହି ଟ୍ରେନିଂ ମଧ୍ଯ ନେଲେ । ଗତ କିଛିମାସ ତଳେ ସଞ୍ଜୟ ଭଲେଣ୍ଟାରି ଅବସର ନେଇ ଏବେ ନିଜ ସ୍ତ୍ରୀ କୁ ସ୍ବାବଲମ୍ବି କରିବା ସହ ରାଜ୍ୟ ତଥା ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି । ଝିଅ ଝାଂସି କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢୁଥିବା ସହ ସଙ୍ଗୀତ, ଅଭିନୟ ପ୍ରତି ଆଗ୍ରହ ଦେଖି 13 ତାରିଖ ରେ ଆୟୋଜିତ ହୋଇଥିବା ରେମ୍ପ ସୋ ରେ ଝିଅ ମଧ୍ଯ କିଡ୍ସ ରେମ୍ପ ସୋ ରେ ପ୍ରଥମ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ନିୟୁ ଦିଲ୍ଲୀ ଏସ.ଡ଼ି.ଏମ୍ ଡାକ୍ତର ନୀତିଶ ଶାକିଆ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବରେ ତିହାର ଜେଲର ଅତିରିକ୍ତ ଅଧ୍ୟକ୍ଷ ଅଜିତ ଭାଟିଆ ଯୋଗଦେଇଥିଲେ। ପ୍ରଥମେ ଝାଂସି ସୋନି କିଡ୍ସ ରେମ୍ପ ସୋ ପ୍ରଦର୍ଶନ କରି ଭାରତରେ ସର୍ବ ପ୍ରଥମ ସ୍ଥାନରେ ଅଧିକୃତ ହୋଇ ବେଷ୍ଟ କିଡ୍ସ ମୋଡେଲ ପାଇଥିଲେ।

ତାଙ୍କ ମା ମଞ୍ଜୁ କର ବେଷ୍ଟ ମେକ ଅପ ଆର୍ଟିଷ୍ଟ ରେ ସର୍ଵ ପ୍ରଥମସ୍ଥାନ ଗ୍ରହଣ କରି ଥିଲେ। ଏହି ଉତ୍ସବରେ ବଲିଉଡ ଷ୍ଟାର ମେହେକ ଚେହେଲ ଓ ମିସ ୟୁନିଭର୍ସ ସୋନାଲି ଭାଟିଆ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିଲେ। ଅତିଥି ଙ୍କ ଦ୍ଵାରା ସିଲଡ଼ ପ୍ରମାଣ ପ୍ରଦାନ ପ୍ରଦାନ କରା ଯାଇଥିଲା।ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ପ୍ରତିଯୋଗିତା ମାନେ ଅଂଶ ଗ୍ରହଣ କରିଥିଲେ।ଏହି ଜାତୀୟ ପ୍ରତିଯୋଗିତା ରେ କଳାହାଣ୍ଡି ଜିଲା ର ଭବାନୀପାଟଣା ର ଶାନ୍ତିନଗର ପଡ଼ାର ଏକ ଛୋଟିଆ ପରିବାର ରୁ ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବାରୁ ଜିଲ୍ଲାବାସୀ ବେସ୍ ଖୁସିମନେ କରୁଛନ୍ତି । କୁହା ଯାଏ ସବୁ ପୁରୁଷ ଙ୍କ ସବୁ ସ୍ବପ୍ନ ସାକାର ହେବାରେ ନାରୀ ର ମୁଖ୍ଯ ଭୁମିକା ଥାଏ । ହେଲେ ମଞ୍ଜୁ ନିଜ ସ୍ବାମୀଙ୍କ ପାଇଁ ଆଜି ଏହି ସ୍ଥାନ ରେ ପହଞ୍ଚି ପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଉଭୟ କଳାହାଣ୍ଡି ପହଂଚିବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରା ଯାଇଥିଲା। ଜିଲ୍ଲାର ଏକ ଗର୍ବ ଆଣିଥିବାରୁ ସମଗ୍ର ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉଭୟ ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking