28.9 C
Bhubaneswar
Wednesday, April 17, 2024
Homeଓଡିଶାଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର ପାଇଁ ସୁରଙ୍କ ଦାବୀ

ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର ପାଇଁ ସୁରଙ୍କ ଦାବୀ

ଭୁବନେଶ୍ୱର: ଭୁବଶ୍ୱେର ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡରେକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଦାବି କରିଛନ୍ତି । ତା ସହିତଏହି ଦାବୀ ପୂରଣ ନେଇ ସେ ସରକାରଙ୍କୁ ୩୫ ଦିନର ମହଲତ ଦେଇଛନ୍ତି। ଏହି ଦାବି ପୁରଣ ନ ହେଲେ ନବୀନ ନିବାସ ଘେରାଉ କରିବା ସହ ଆତ୍ମାହତୀ ଦେବାକୁ ଧମକ ଦେଇଛନ୍ତି । ସୁର କହିଛନ୍ତି ଭୁବନେଶ୍ୱରରେ ଥିବା ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ଅଳିଆ ଆବର୍ଜନ ଠୁଳ ହେବା ଦ୍ୱାରା ବାୟୁ ପ୍ରଦୂଷଣ ହେଉଛି । ସେଠାକାର  ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।
ଏହି ସମସ୍ୟାକୁ ନେଇ ଆଜି ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ କଂଗ୍ରେସ ପ୍ରେସମିଟରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବୀ କରିଛନ୍ତି । ବାରମ୍ବାର ଏନେଇ ଦାବୀ ଜଣାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପରେ ମଧ୍ୟ କୈାଣସି ସମସ୍ୟାର ସମାଧାନ ହୋଇନାହିଁ ।  ଏହା ସହ ଜଟଣୀ ଅଂଚଳର ୨୭ଟି ଗାଁର ଜମି ଫେରାଇବାକୁ ମଧ୍ୟ ସେ ଦାବୀ କରିଛନ୍ତି । ଏହି ସବୁ ଗାଁରେ କୈାଣସି ସରକାରୀ ଯୋଜନା ୧୦ବର୍ଷରେ କାର‌୍ୟ୍ୟକାରୀ ହୋଇନାହିଁ । ତେଣୁ ଏହି ସବୁ ଦାବି ପୂରଣ ପାଇଁ ସରକାରଙ୍କୁ ୩୫ ଦିନ ମହଲତ ଦିଆଯାଇଛି ବୋଲି ସୁର ପ୍ରେସମିଟ ଜରିଆର  କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking