31.1 C
Bhubaneswar
Saturday, April 20, 2024
Homeଓଡିଶା୧୧ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

୧୧ରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ରାଜ୍ୟରେ କୋଭିଡ଼-୧୯ ର ଉନ୍ନତିକୁ ବିଚାରକୁ ନେଇ ଏବଂ ବିପୁଳ ଏକାଡ଼େମତିକ କ୍ଷତି ବିଷୟ ବିଚାର କରି ସାର୍ବଜନୀନ ବିଶ୍ୱବିଦ୍ୟାଳୟ , ସରକାରୀ ତଥା ବେସରକାରୀ ଡ଼ିଗ୍ରୀ ମହାବିଦ୍ୟାଳୟ  ଗୁଡ଼ିକ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରଛାତ୍ରୀ ମାନଙ୍କ ପାଠ୍ୟକ୍ରମରେ ଯଥେଷ୍ଟ ଅବହେଳା ହୋଇସାରିଲାଣି । ତେଣୁ ୨୦୨୦-୨୧ ଶେଷ ବର୍ଷ ୟୁଜି, ପିଜି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷା ଜାନୁଆରି ୧୧,୨୦୨୧ (ସୋମବାର)ରୁ ଆରମ୍ଭ ହେବ ଏବଂ ୟୁଜିସି ନିର୍ଦ୍ଦେଶାବଳୀକୁ ବିଚାର କରି ନିମ୍ମଲିଖିତ ଏକାଡ଼େମିକ କ୍ୟାଲେଣ୍ଡର ୨୦୨୦-୨୧ ଶେଷ ବର୍ଷ ପାଇଁ ନିର୍ଦ୍ଧିଷ୍ଟ ହୋଇଛି ।
୧-ତେବେ ପ୍ରାରମ୍ଭିକ ପରୀକ୍ଷା ପାଇଁ ଶ୍ରେଣୀଗୃହ ଶିକ୍ଷା ପ୍ରଦାନ ୧୧ ଜାନୁଆରୀ ଠାରୁ ମାର୍ଚ୍ଚ ୧୫ ଯାଏଁ ହେବ । 
୨-ଶେଷ ବର୍ଷ ସେମିଷ୍ଟାର ପାଇଁ ଶ୍ରେଣୀଗୃହ ଶିକ୍ଷା ପ୍ରଦାନ ୨ ଏପ୍ରିଲ ଠାରୁ ୧୫ ଜୁନ ପର୍ଯ୍ୟନ୍ତ ଚାଲିବ ।
୩- ତେବେ ପ୍ରାରମ୍ଭିକ ସେମିଷ୍ଟାର ପରୀକ୍ଷା ୧୬ ମାର୍ଚ୍ଚରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ଯାଏଁ ଚାଲିବ । ଯାହାର ଫଳାଫଳ ଏପ୍ରିଲ ୩୦ ସୁଦ୍ଧା ବାହାରିବ ।
୪- ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ୧୬ ଜୁନରୁ ଆରମ୍ଭ ହୋଇ ୩୦ ଜୁନ ଯାଏଁ ଚାଲିବ । ଯାହାର ଫଳାଫଳ ଜୁଲାଇ ୧୫ ସୁଦ୍ଧା ବାହାରିବ ।
ଶ୍ରେଣୀଗୃହ ପାଠ୍ୟକ୍ରମ ପାଇଁ ନିମ୍ମଲିଖିତ ନିୟାମାବଳୀ ରହିଛି –
୧- ଶ୍ରେଣୀଗୃହ ପାଠ୍ୟକ୍ରମରେ ଯେଉଁ ବିଷୟ ଗୁଡ଼ିକ ପୂର୍ବରୁ ଅନଲାଇନରେ ପଢାସରିଛି ତାହା ବ୍ୟତୀତ ବାକି ସବୁ ବିଷୟ ପଢାଯିବ ।
୨-ଯେତେବେଳେ ସମ୍ଭବ ଶ୍ରେଣୀଗୃହ ପାଠ୍ୟକ୍ରମ ଗୁଡ଼ିକ ରେକର୍ଡ଼ ହେବ ଓ ଅନୁପସ୍ଥିତ ଥିବା ଛାତ୍ରଛାତ୍ୟୀ ମାନେ ଏହା ପାଇପାରିବେ ।
୩-କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ଏହିସବୁ ନିୟମ ପାଳନ କରାଯିବ
କ-କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ କଲେଜକୁ ଆସିବେ ନାହିଁ ।
ଖ-ଫେସ ମାସ୍କ ଓ ସାନିଟାଇଜ ବାଧ୍ୟତାମୁଳକ ରହିବ ।
ଗ- ବାରମ୍ବାର ହାତ ସାନିଟାଇଯଡ଼ କରାଯିବ ।
ଘ- ଶ୍ରେଣୀ ଗୃହ, ଲାବ୍ରୋଟୋରୀ, ଲାଇବ୍ରେରୀରେ ୬ ଫୁଟର ସାମାଜିକ ଦୁରତା ରହିବ ।
ଙ- ଛେପ ପକାଇବା ନିଷେଦ୍ଧ ରହିବ ।
୪- ହଷ୍ଟେଲ ଗୁଡ଼ିକ ଜାନୂଆରୀ ୧୦ରୁ ଖୋଲାଯିବ ।

୫-ସିଲଶବସର ୨୫ ପ୍ରତିଶତ ଗାଇଡ଼ ଛାତ୍ରଛାତ୍ରୀ ମାନଙ୍କ ଅନ୍ତଭୁକ୍ତ ହେବ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking