29.1 C
Bhubaneswar
Thursday, April 25, 2024
Homeଓଡିଶାଝରୀଗାଁ ଗଣମାଧ୍ୟମ ପ୍ରତିନିଧିଙ୍କ ସାଧାରଣ ବୈଠକ

ଝରୀଗାଁ ଗଣମାଧ୍ୟମ ପ୍ରତିନିଧିଙ୍କ ସାଧାରଣ ବୈଠକ

ଝରୀଗାଁ : ଝରୀଗାଁ ଗଣମାଧ୍ୟମ ପ୍ରତିନିଧିଙ୍କ ସାଧାରଣ ବୈଠକ । ବୈଠକରେ ଜିଲ୍ଲା ଓଇଉଜେ ସଙ୍ଘର ସଭାପତି ସୁଶାନ୍ତ କୁମାର ବେହେରା, କାର୍ଯ୍ୟକାରିଣୀ ସଭାପତି ପ୍ରଶାନ୍ତ କୁମାର ସାହୁ, ଏବଂ ଉମେରକୋଟ ପ୍ରେସ କ୍ଲବ ସଭାପତି ମହେଶ୍ୱର ବେହେରାଙ୍କ ସମେତ ବରିଷ୍ଟ ସାମ୍ବାଦିକ ନଳିନିରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଝରୀଗାଁ ପଂଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକ ଗଣମାଧ୍ୟମ ପ୍ରତିନିଧିଙ୍କ ନିରପେକ୍ଷ, ନିର୍ଭୁଲ ଏବଂ ସଠିକ ତଥ୍ୟ ଉପସ୍ଥାପନାରେ ସୁରକ୍ଷିତ ସ୍ଥିତିକୁ ନେଇ ଆଲୋଚନା ହୋଇଥିଲା । ଗୋଟେପଟେ ଗଣମାଧ୍ୟମ ପ୍ରତିନିଧିଟିଏ ସବୁବେଳେ ଜଣେ ଗରିବ ମୁହଁରେ ହସଫୁଟେଇବା ଲାଗି ସବୁବିପଦକୁ ଚାଲେଞ୍ଜ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ଅଂଚଳର କୋଣ ଅଣୁକୋଣରେ ସରକାରଙ୍କ ପାରଦର୍ଶିତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦ୍ୱାରା ଅନେକ ସମୟରେ କିଛି ସ୍ୱାର୍ଥବାଦୀଙ୍କ ଆକ୍ରୋଶର ମଧ୍ୟ ଶିକାର ହେବାକୁ ପଡୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥଳେ ବିନା ସୁରକ୍ଷାରେ ମଧ୍ୟ ଯେକୌଣସି ମୁହୁର୍ତରେ ଜଣେ ପ୍ରତିନିଧି ଖବର ସଂଗ୍ରହ ଲାଗି ଘଟଣା ସ୍ଥଳରେ ପହଂଚିବାରେ କେବେ ଅବହେଳା କରିନଥାଏ । ତେଣୁ ସବୁ ପ୍ରତିନିଧିଙ୍କ ନିରପେକ୍ଷ ବିଚାରକୁ ଜିଲ୍ଲା ଓଇଉଜେ ଓଇଉଜେ ସଙ୍ଘ ସର୍ବଦା ସମ୍ମାନ ଦେଇ ଆସୁଥିବା ଏବଂ ନିର୍ଭିକ ଭାବେ ସଠିକ ତଥ୍ୟ ଉପସ୍ଥାପନ। ଲାଗି ଓଇଉଜେ ପରାମର୍ଶ ଦେଇଆସୁଥିବା କୁହାଯାଇଛି ଏବଂ ଓଇଉଜେ ସହ ଯୋଡି ହୋଇ ସଚୋଟ ଭାବେ କାର୍ଯ୍ୟ କରିବାରେ ଜଦି ଯେକୌଣସି ବିପଦ ଆସେ ତେବେ ଓଇଉଜେ ନିଶ୍ଚିତ ଭାବେ ସହଯୋଗ କରିବା ନେଇ ପ୍ରତିଶୃତି ଦିଆଯାଇଥିଲା । ତେଣୁ ସ୍ଥାନୀୟ ଝରୀଗାଁ ବ୍ଲକ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଏବଂ ସାଙ୍ଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ଝରୀଗାଁ ବ୍ଲକ ଓଇଉଜେ ସଙ୍ଘ ଗଠନ ଲାଗି ପ୍ରସ୍ତାବକୁ ମଂଜୁର କରାଯାଇ ଥିଲା । ତେଣୁ ସର୍ବସମ୍ମତି କ୍ରମେ ସଂଘର ସଭାପତି ଭାବେ ତ୍ରୀନାଥଧରୁଆ ଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ଜୟଶ୍ରୀ ଦାସଙ୍କୁ ଏବଂ ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ପାଣ୍ଡେ, ସହ ସମ୍ପାଦକ ଭୋଦେବ ଗୌଡ଼, କୋଷାଧକ୍ଷ ଭାବେ କଳାକାଁହୁ ନଦିଆ, ଆଇନ ପରାମର୍ଶ ଦାତା ଭାବେ ସଞ୍ଜୟ ନାୟକ ଙ୍କୁ ଦାଇତ୍ୱ ଦିଆଯାଇଥିଲା,ଏହି କ୍ରମେ ଉପଦେଷ୍ଠା ଭାବେ ନବ ବିଶୋଇ, ଜିତେନ୍ଦ୍ର ମହାରଣା ଏବଂ ଗିରିଧର ମାଝୀଙ୍କୁ ଦାଇତ୍ୱ ଅର୍ପଣ କରାଯାଇ ସର୍ବଦା ଜିଲ୍ଲା ଓଇଉଜେ ସଙ୍ଘ ସହ ଜଡିତ ରହି ନିର୍ଭିକ ଭାବେ ସଠିକ ଖବର ଯୋଗେଇବାରେ ପ୍ରୟାସ ଜାରି ରଖିବା ଲାଗି ପରାମର୍ଶ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଝରୀଗାଁ ବ୍ଲକ ଗଣମାଧ୍ୟମ ପ୍ରତିନିଧି ଗଣେଶ ଛତ୍ର, ବଳରାମ ଗୋପାଳ, ରାମଦାସ ଭତର।, ସମ୍ବିତ କୁମାରଙ୍କ ସମେତ ଜିଲ୍ଲା ଓଇଉଜେ ପ୍ରତିନିଧି ସୁମିତ କୁମାର ଘଣ୍ଟ,ସନ୍ତୋଷ କୁମାର ଶତପଥି,ପ୍ରମୁଖଙ୍କ ଉପସ୍ଥିତିରେ ବୈଠକଟି ଅନୁଷ୍ଠିତ ହୋଇଯାଇଥିଲ। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking