କୃଷି ବିଲକୁ କଂଗ୍ରେସ ର ବିରୋଧ

ଜୟପୁର: କୃଷକ ସର୍ବନାଶକାରୀ କୃଷି ଆଇନ ଓ ବିଦ୍ୟୁତ ବିଲ ବର୍ଧିତ ୨୦୨୦ ବିରୋଧରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତୀ ଆଜି ଏକ ସାମ୍ବାଦିକ ସମିଳନୀ କରି କୃଷି ଉତ୍ପାଦନ ବିପଣନ କମିଟି (APMC) କୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ କୋରୀ କର୍ପୋରେଟ ମାନଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯାଇଛି । “କୃଷି ଉତ୍ପାଦନ, କୃଷିଜାତ ଦ୍ରବ୍ୟ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଏବଂ ବିତରଣ ” ରେ କମ୍ପାନୀ ମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି । ଏହା ଦ୍ୱାରା କୃଷି ମଣ୍ଡି ରେ ସାଧାରଣ କୃଷକ ମୁଲଚାଲ କ୍ଷମତା ହରାଇବେ । ଆଗୁଆ ବାଣିଜ୍ୟ ଆଗୁଆ ବଇନା କାରବାର ଚାଲିବ ।କମ୍ପାନୀ, ସୁଧଖୋରୀ ବ୍ୟବସାୟୀ, ଦଲାଲ ମାନେ ସକ୍ରିୟତାର ସହିତ ସହଜରେ କୃଷି ବଜାରକୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଲାଇସେନ୍ସ ଦିଆଯାଇଛି । ଏଠାରେ ମଧ୍ୟ ସାଧାରଣ କୃଷକ ଏବଂ ସାଧାରଣ ଖାଉଟି ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହେବେ । ଇ ମାର୍କେଟିଙ୍ଗ ନାମରେ କୃଷି ଏବଂ କୃଷକର ମଣ୍ଡି ବ୍ୟବସ୍ଥା ବଜାରକୁ କର୍ପୋରେଟକରଣ କରାଯାଇଛି । ଠିକା ଚୁକ୍ତିବଦ୍ଧ ଚାଷ କଣ୍ଟ୍ରାକ୍ଟ ଫାଂର୍ମିଂ :ଏହା ହେଉଛି ପାରମ୍ପାରିକ ଭାଗ ଚାଷୀ ଏବଂ କୃଷକ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥା ଧ୍ବଂସ କରି ପୁଞ୍ଜିବାଦୀ କୃଷି ବ୍ୟବସ୍ଥାକୁ ଆଗେଇ ନେବା ପାଇଁ କୃଷି କ୍ଷେତ୍ର ରେ କମ୍ପାନୀ କର୍ପୋରେଟ ମାନଙ୍କର ଅବାଧ ପ୍ରବେଶ ପାଇଁ ଲାଇସେନ୍ସ ପ୍ରଦାନ କରିବା । ଆମ ଦେଶର ମୋଟ କୃଷକର ୮୬% ହେଉଛନ୍ତି କ୍ଷୁଦ୍ର ଏବଂ ନାମ ମାତ୍ର କୃଷକ । ଓଡିଶା ରେ ୯୨% ଚାଷୀ ହେଉଛନ୍ତି କ୍ଷୁଦ୍ର, ନାମ ମାତ୍ର ଏବଂ ଭୂମୀ ହୀନ ଭାଗ ଚାଷୀ । ସରକାର ପାରମ୍ପାରିକ ଭାଗଚାଷୀ ମାନଙ୍କୁ ଚାଷୀର ମାନ୍ୟତା ଦେବା ପରିବର୍ତ୍ତେ କୃଷି ବ୍ୟବସ୍ଥାରୁ କୃଷକ ଏବଂ ଭାଗଚାଷୀ ମାନଙ୍କୁ ଉଛେଦ କରିବା ପାଇଁ ଏହି ବିଲ ଆଣିଛନ୍ତି । କୃଷକ ଉପରେ ନିର୍ଭରଶୀଳ ଏକ ନିରନ୍ତର କୃଷି ବ୍ୟବସ୍ଥା (PEASANT AGRICULTURE )କୁ ଧ୍ବଂସ କରି କୃଷିର ସମ୍ପୂର୍ଣ୍ଣ କମ୍ପାନୀ କରଣ କରି କୋଟି କୋଟି କୃଷକ ଏବଂ କୃଷି ଶ୍ରମିକ ମାନଙ୍କର ଜୀବିକାକୁ ସର୍ବନାଶ କରିବା ଏହି ବିଧେୟକ ଅଣା ଯାଇଛି। କୃଷକ ସଂଗଠନ ମାନେ ସାଧାରଣ କୃଷକ ମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଏହି ତିନୋଟି ବିଲ ସମ୍ପୂର୍ଣ୍ଣକୁ ରଦ୍ଦ କରିବା ସାଥେ ବୀଦୁତ ବର୍ଧୀତ ବିଲ କୁ ରଧ କରିବା ନିମନ୍ତେ ଜୟପୁର ବିଧାୟକ ତାରା ଦାବୀ କରିଛନ୍ତି । ଯଦି ସମାଧାନ ନ ହୁଏ ଆଗାମୀ ଦିନେ ରାଜରାସ୍ତାକୁ ଓହ୍ଲେଇବା ନେଇ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here