34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ଅକାଳୀ ଓ ଜେଡିଏସ୍‌ର ସମର୍ଥନ

ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ଅକାଳୀ ଓ ଜେଡିଏସ୍‌ର ସମର୍ଥନ

ନୂଆଦିଲ୍ଲୀ : ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୃଷି ଆଇନକୁ ନେଇ ଏନ୍‌ଡିଏରୁ ଅଲଗା ହୋଇଥିବା ଶିରୋମଣି ଅକାଳୀ ଦଳ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେଗୌଡ଼ାଙ୍କ ପାର୍ଟି ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଆଜି ଚଣ୍ଡିଗଡ଼ରେ ଶିରୋମଣି ଅକାଳୀ ଦଳର କୋର୍ କମିଟି ବୈଠକ ପରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ପ୍ରାର୍ଟି ପ୍ରମୁଖ ସୁଖବୀର ସିଂହ ବାଦଲ କହିଛନ୍ତି, ଆମେ କଂଗ୍ରେସ ସହିତ ଯାଇପାରିବୁ ନାହିଁ । କଂଗ୍ରେସ ଶିଖ୍‌ଙ୍କ ଉପରେ ବହୁ ଅତ୍ୟାଚାର କରିଛି ।

ଏହା ବ୍ୟତୀତ ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ଆସିଥିବାରୁ ଆମେ ତାଙ୍କୁ ସମର୍ଥନ କରିବୁ । ସମର୍ଥନ ପାଇଁ ମୁର୍ମୁଙ୍କ ଫୋନ୍ ଆସିଥିବା ବାଦଲ କହିଥିଲେ । ସୂଚନାଯୋଗ୍ୟ, ମିଳିତ ବିରୋଧୀ ଦଳଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ୧୭ ବିରୋଧୀ ଦଳଙ୍କ ସମର୍ଥନ ରହିଛି । ମାତ୍ର ରାଷ୍ଟ୍ରପତି ନିର୍ବାଚନ ଯେତେ ପାଖେଇ ଆସୁଛି ତାଙ୍କ ସ୍ଥିତି ସେତେ ଦୁର୍ବଳ ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ରରେ ରାଜନୈତିକ ଉତ୍‌ଥାନ ପତନ ପରେ ତାଙ୍କ ସ୍ଥିତି ଆହୁରି ଦୁର୍ବଳ ହୋଇଛି । ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁଲାଇ ୨୧ରେ ପ୍ରକାଶ ପାଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking