38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶଡୋନାଲ୍ଡ ଟ୍ରମ୍ପ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି

ଡୋନାଲ୍ଡ ଟ୍ରମ୍ପ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜିଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ପୂର୍ବାହ୍ଣ ୧୧ଟାରେ ଟ୍ରମ୍ପ ଗୁଜରାଟର ଅହମଦାବାଦରେ ପହଞ୍ଚିବେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ବାଗତ କରିବେ। ବିମାନବନ୍ଦରରୁ ମୋଦୀ ଓ ଟ୍ରମ୍ପ ଏକ ଶୋଭାଯାତ୍ରାରେ ମୋଟେରା ଷ୍ଟାଡିୟମକୁ ଯିବେ। ୧୨ଟା ୩୦ରେ ମୋଟେରା ଷ୍ଟାଡିୟମରେ ‘ନମସ୍ତେ ଟ୍ରମ୍ପ’ କାର‌୍ୟ୍ୟକ୍ରମରେ ଜନତାଙ୍କୁ ଉଭୟ ସମ୍ବୋଧନ କରିବେ। ସନ୍ଧ୍ୟା ୫ଟାରେ ଦିଲ୍ଲୀ ଫେରି ରାତ୍ରିଯାପନ କରିବେ। ୨୫ ତାରିଖ ପୂର୍ବାହ୍ନରେ ୧୧ଟା ୩୦ରେ ହାଇଦ୍ରାବାଦ ହାଉସରେ ଭାରତ-ଆମେରିକା ଦ୍ବିପାକ୍ଷିକ କଥାବାର୍ତ୍ତା, ଅପରାହ୍ଣ ୩ଟାରେ ଆମେରିକା ଦୂତାବାସରେ ବ୍ୟବସାୟୀ ଅଧିକାରୀଙ୍କ ସହିତ ଗୋଲ ଟେବୁଲ ବୈଠକ ସାରି ସନ୍ଧ୍ୟାରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking