28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜନ୍ମଭୂମିରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ଜନ୍ମଭୂମିରେ ପହଞ୍ଚି ଭାବବିହ୍ୱଳ ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିଦ ତିନିଦିନିଆ କାନପୁର ଗସ୍ତ କରିଛନ୍ତି । କାର୍ଯ୍ୟସୂଚୀ ଅନୁଯାୟୀ ରବିବାର ସକାଳେ ତାଙ୍କ ପୈତୃକ ଗାଁ ପରୋଖରେ ପହଞ୍ଚିଥିଲେ । ପରୋଖରେ ପହଞ୍ଚିବା ପରେ ଭାବବିହ୍ୱଳ ହୋଇପଡ଼ିଥିଲେରାଷ୍ଟ୍ରପତି ପ୍ରଥମେ ସେ ଜନ୍ମଭୂମିକୁ ପ୍ରଣାମ କରିବା ସହ ମାଟିକୁ ନିଜ ମୁଣ୍ଡରେ ମାରିଥିଲେ । ଏହା ପରେ ସେ ପ୍ରଥମେ ପଥରୀ ଦେବୀ ମନ୍ଦିରରେ ପହଞ୍ଚିଥିଲେ । ତାଙ୍କ ସାଥିରେ ତାଙ୍କ ପତ୍ନୀ ସବିତା କୋବିନ୍ଦ ଏବଂ ତାଙ୍କ ଝିଅ ମଧ୍ୟ ଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦୀବେନ ପଟେଲ ମଧ୍ୟ ଉପସ୍ଥିତ ମଧ୍ୟ ଥିଲେ । ପଥରୀ ଦେବୀ ମନ୍ଦିରରେ ସେ ୧୧ ହଜାର ଟଙ୍କା ଅର୍ପଣ କରିଥିଲେ । ଏହାପରେ ସେ ଆମ୍ବେଦକର ପାର୍କ ଏବଂ ଡା. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାସହ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି ଯେ, ମୁଁ ଯେଉଁଠାରେ ବି ଥାଏ ମୋର ଜନ୍ମମାଟିର ବାସ୍ନା ମତେ ବିମୋହିତ କରେ। ଗାଁରେ ଯେଉଁ ପରି ଭାବରେ ମୋର ପିଲାଦିନ କଟିଛି ତାହା ମତେ ଏବେ ବି ଅନେକ କିଛି ମନେ ପକାଇଥାଏ। ପିଲାବେଳର ସମସ୍ତ ସ୍ମୃତି ଏବେ ବି ସତେଜ୍ ଅଛି। ଗାଁର ଆନନ୍ଦ ଆଉ କେଉଁଠାରେ ନାହିଁ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking