ଯାଜପୁର : ଦେଶ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଆଜି ସାରା ଦେଶ ତତ୍ପର ଓ ଉତ୍ସବ ମୁଖର । ଦେଶର ଯଶଶ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଆହ୍ଵାନ କ୍ରମେ ପ୍ରତ୍ୟେକ ଘର ଉପରେ ତ୍ରିରଙ୍ଗା ପତାକା ଟାଙ୍ଗିବା ସହ ବାଇକ୍ ରାଲୀ ଅନୁଷ୍ଠିତ ହେବ ।ଏଥିପାଇଁ ଆଜି କୋରେଇ ବିଜେପି ପକ୍ଷରୁ ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ମଣ୍ଡଳ ସଭାପତି ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ୱାଳ ଉପସ୍ଥିତ ରହି କୋରେଇ ଯୁବମୋର୍ଚ୍ଚା ତରଫରୁ ଆଗାମୀ ଅଗଷ୍ଟ ୧୫ତାରିଖରେ ହେବାକୁ ଥିବା ବାଇକ୍ ରାଲି ସମ୍ପର୍କରେ ମତାମତ ଦେବା ସହ କୋରେଇର ପ୍ରତ୍ୟେକ ଘରେ ଘରେ କିଭଳି ତ୍ରିରଙ୍ଗା ପତାକା ଲାଗି ପାରିବ ଆଲୋଚନା ହୋଇଥିଲା । ସେହି କାର୍ଯ୍ୟକ୍ରମରେ ବିଜେପି ନେତା ବିଶ୍ୱଜିତ୍ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ ଓ ରାଜ୍ୟର ବରିଷ୍ଠ ନେତୃ ମଣ୍ଡଳୀ ଯୋଗଦେବେ । ଏହି ବାଇକ୍ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ବ୍ୟାସନଗର ପୌରପରିଷଦ ଦେଇ ତାହାରପୂର୍, ତୁଳତି, କଚାରାସାହି, କନ୍ତୋର ଦେଇ ପଛିକୋଟ ପଞ୍ଚାୟତର କାମୁଡେଇ ପୀଠରେ ଉଦଯାପିତ ହେବ । ଆଜିର ଏହି ବୈଠକରେ ବ୍ଲକ ସଂଯୋଜକ ବିଜୟ ଘଡେ଼ଇ, ଜିଲ୍ଲା ପ୍ରତିନିଧି ନିରଞ୍ଜନ ଘଡେ଼ଇ, ନିତ୍ୟାନନ୍ଦ ମହାଳିକ, ଶଶୀଭୂଷଣ ସେନାପତି, ଅରୁଣ ଦାସ, ମନୋରଞ୍ଜନ ନାୟକ, ଲଲାଟେନ୍ଦୁ ନାୟକ, ଗୋପାଳ କୃଷ୍ଣ ପାଢ଼ୀ, ସଞ୍ଜୟ ବାରିକ, ସୁବାସ ମଲ୍ଲିକ, କ୍ଷୀରୋଦ ଦାସ, ଉମାକାନ୍ତ ମାଝୀ, ବିକାଶ ଜେନା, ମନୋଜ ପାଢ଼ୀ, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ ।