27.1 C
Bhubaneswar
Friday, March 29, 2024
Homeଓଡିଶା୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ମିଳିବ ଟିକା

୨୧ରୁ ଭୁବନେଶ୍ୱରରେ ଗର୍ଭବତୀଙ୍କୁ ମିଳିବ ଟିକା

ଭୁବନେଶ୍ୱର : ଗର୍ଭବତୀଙ୍କୁ ଟିକାକରଣରେ ସାମିଲ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଟିକାକରଣ । ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । କେବଳ ଭୁବନେଶ୍ୱରରେ ଏହି ଟିକାକରଣ ଆରମ୍ଭ ହେଉଥିବା ବେଳେ ବୁଧବାର ଓ ଶନିବାର ଦିନ ୧୧ଟାରୁ ୧ଟା ମଧ୍ୟରେ ଟିକାକରଣ କରାଯିବ । ସମସ୍ତ ୟୁପିଏଚସି, ୟୁଜିଏଚସି ଓ କ୍ୟାପିଟାଲ ହସ୍ପିଟାଲରେ ଏହି ଟିକାକରଣ କରାଯିବ । ଏହି ତିନି ସ୍ଥାନରେ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ଟିକାକରଣରେ ସାମିଲ ହୋଇପାରିବେ । ବିଏମସି ପକ୍ଷରୁ ଟ୍ୱିଟ କରାଯାଇ ଗର୍ଭବତୀଙ୍କ ଟିକାକରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଗର୍ଭବତୀ ମହିଳାଙ୍କୁ କେବଳ କୋଭାକ୍ସିନ ଟିକା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking