38.1 C
Bhubaneswar
Saturday, April 20, 2024
Homeଅପରାଧପେଟରେ ଥିବା ଶିଶୁକୁ ବିକ୍ରି କରିବାକୁ ଉଦ୍ୟମ

ପେଟରେ ଥିବା ଶିଶୁକୁ ବିକ୍ରି କରିବାକୁ ଉଦ୍ୟମ

ମହାରାଷ୍ଟ୍ର: ମହାରାଷ୍ଟର ଅଉରଙ୍ଗବାଦରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ନିଜ ପେଟରେ ଥିବା ଶିଶୁକୁ ଫେସବୁକ ମାଧ୍ୟମରେ ଡିଲ୍ ଫିକ୍ସ କରି ବିକ୍ରି କରିବାକୁ ଉଦ୍ୟମ କରିଥିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯିଏ ପିଲା ଚାହୁଁଥିବେ ସେମାନଙ୍କ ସହ ଯୋଗାଯୋଗ କରି ଉକ୍ତ ମହିଳାଙ୍କ ସହ ତାଙ୍କର ଜଣେ ସଂପର୍କୀୟ ଭାଇ ଦୁହେଁ ମିଶି ଏହି ଡିଲ୍ କରିଥିବା ପୋଲିସ କହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ୩୦ ବର୍ଷୀୟା ଜଣେ ମହିଳା ଏବଂ ତାଙ୍କ ସଂପର୍କୀୟ ଭାଇ ଯିଏ ରଂଜନଗାଓଁ ସେନାପୁଞ୍ଜିରେ ରୁହନ୍ତି, ସେ ଚାହୁଁଥିଲେ ଯେ, ତାଙ୍କ ଭଉଣୀ ଆଉ ଜଣଙ୍କୁ ବିବାହ କରୁ । ତେବେ ଉକ୍ତ ମହିଳା ଜଣକ ସିଏ ୭ ମାସର ଗର୍ଭବତୀ ଥିଲେ ଏବଂ କିଛି ମାସ ପୂର୍ବରୁ ତାଙ୍କ ସ୍ୱାମୀ ଠାରୁ ସେ ଅଲଗା ହୋଇଯାଇଥିଲେ । ହେଲେ ଦ୍ୱିତୀୟ ବିବାହ ବାଟରେ ଏହି ନିଷ୍ପାପ ଶିଶୁଟି ବାଧା ସାଜିବାରୁ ସେମାନେ ଦୁହେଁ ମିଶି ଏଭଳି ଯୋଜନା କରିଥିଲେ । ସେଥିପାଇଁ ଶିଶୁଟିର ଜନ୍ମ ପରେ ତାକୁ ବିକିବା ପାଇଁ ଏମାନେ ଯୋଜନା କରିଥିଲେ । ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ଏ ସଂପର୍କରେ ଖବର ପାଇ ପୋଲିସକୁ ସୂଚନା ଦେଇଥିଲେ । ପରେ ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking