ନୂଆଦିଲ୍ଲୀ: ୟୁପିର ଅମରୋହା ଜିଲ୍ଲାରୁ ଏମିତି ମାମଲା ସାମ୍ନାକୁ ଆସିଛି, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ । ଜଣେ ଦୁଷ୍କର୍ମ ପୀଡିତା ଓ ତାର ପରିବାର ୪ ଦିନ ହେଲାଣୀ ଏସିପଙ୍କ କାର୍ଯ୍ୟାଳୟ ଦୌଡୁଛନ୍ତି । ହେଲେ କିଛି ହୋଇପାରୁନାହିଁ । ପିଡୀତା ଜଣକ କହିଛନ୍ତି ଯେ, ସେ ୫ ମାସର ଗର୍ଭବତୀ । ହେଲେ ତାଙ୍କୁ ଜଣାନାହିଁ ସେ ପିଲା କାହାର । ସେ ବାରମ୍ବାର ପୁଲିସ ନିକଟକୁ ଯାଉଛନ୍ତି । ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି । ତାଙ୍କର ଅପହରଣ ହୋଇଥିବା ସେ କହିଛନ୍ତି । ସୁଶୀଲା, ଇସରାଇଲ ଓ କପିଲ ଗୁର୍ଜର ସାଙ୍ଗରେ ୬ ମାସ ପୂର୍ବରୁ ନେଇଥିଲେ । ୪ ଦିନ ପର୍ଯ୍ୟନ୍ତ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା । ତାର ଅଶ୍ଳିଳ ଭିଡିଓ ପ୍ରସ୍ତୁତ କରାଯାଇ ଭାଇରାଲ କରିଦେବାକୁ ଧମକ ମଧ୍ୟ ମିଳୁଥିଲା । ଛୁରୀ ଦେଖାଇ ଧମକ ଦେଇ କୁହାଯାଇଥିଲା, ଯେମିତି କହୁଛୁ ସେମିତି କର । ନହେଲେ ତୋ ଭାଇଙ୍କୁ ମାରିଦେବୁ । ପୀଡିତା ଜଣକ ଏପରି ଅଭିଯୋଗ କରିଛନ୍ତି । ୪ ଦିନ ପରେ ପିଡୀତାଙ୍କୁ ମଂଶୁରାପୁର ନିକଟରେ ଜୀବନା ଗାଁରେ ୩ ଲକ୍ଷ ଟଙ୍କାରେ ୪ ଜଣ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥିଲା । ସେମାନେ ତାକୁ ୩-୪ ମାସ ନିଜ ପାଖରେ ରଖି ଦୁଷ୍କର୍ମ କରିଥିଲେ । ପରେ ସୁଶିଲା, ଇସରାଏଲ ଓ କପିଲ ତାଙ୍କୁ ନିଜ ପାଖକୁ ନେଇଆସିଥିଲେ । ୨ ମାସ ଯାଏଁ ନିଜ ପାଖରେ ରଖିଥିଲେ । ହେଲେ ସେହିଠାରୁ ସେ ଖସି ପଳାଇ ଆସିଥିଲା । ଘରେ ଏ ସଂକ୍ରାନ୍ତରେ ଜଣାଇଥିଲା । ପିଡୀତା ଜଣକ ହସନପୁର ଥାନାରେ ଅଭିଯୋଗ କରିଥିଲେ । ମାତ୍ର କିଛି ହେଲା ନାହିଁ । ପରେ ଅମରୋହା ଗଲେ, ସେଠି ବି କିଛି ହେଲା ନାହିଁ । ୪ ଦିନ ହେବ ସେ ଯାଉଛନ୍ତି । ମାତ୍ର ଫଳ ଶୂନ । ଏବେ କପିଲ, ଇସରାଏଲ ମାରିବାକୁ ଧମକ ଦେଉଛନ୍ତି ।