28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗର୍ଭପାତ ଇଞ୍ଜେକ୍ସନ ନେବାରୁ ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ

ଗର୍ଭପାତ ଇଞ୍ଜେକ୍ସନ ନେବାରୁ ଗର୍ଭବତୀ ନାବାଳିକାଙ୍କ ମୃତ୍ୟୁ

ଗୌହାଟୀ: ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପରିବାରର ୫ ଜଣଙ୍କୁ ଗିରଫ କଲା ପୋଲିସ । ଆସାମର ଡିଫୁ ଜିଲ୍ଲାର ବକଳିଆଘାଟ ଅଞ୍ଚଳର ଏଭଳି ଘଟଣା ଦେଖିବାକୁ ମିଳିଛି । ନାବାଳିକା ଜଣକ ଗର୍ଭବତୀ ଥିବାବେଳେ ଗର୍ଭପାତ କରିବା ପାଇଁ ଏକ ଇଞ୍ଜେକ୍ସନ ନେବାପରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ବାପା ସମେତ ପରିବାରର ଅନ୍ୟ ସଦସ୍ୟମାନେ ନାବାଳିକାଙ୍କ ମୃତଦେହକୁ ଗ୍ରାମର ଆଖୁ ବିଲରେ ପୋତି ଦେଇଥିଲେ । ସୂଚନା ଅନୁଯାୟୀ, ବକଳିଆଘାଟ ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକା ୫ ମାସର ଗର୍ଭବତୀ ଥିଲେ ।

ଏହା ଜାଣିବା ପରେ ପରିବାର ଲୋକେ ସ୍ଥାନୀୟ ଔଷଧ ଦୋକାନରେ ଗର୍ଭପାତ କରିବାକୁ ନେଇଥିଲେ । ସେଠାରେ ସେ ଇଞ୍ଜେକସନ ନେବା ପରେ ତାଙ୍କର ମୃତ୍ୟୁ ଘଟିଛି । ଏହାପରେ ନାବାଳିକାଙ୍କ ବାପାଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଗ୍ରାମର ନିକଟସ୍ଥ ଆଖୁ ବିଲରେ ପୋତି ଦେଇଥିଲେ । ଗ୍ରାମର ମୁଖ୍ୟଙ୍କ ଠାରୁ ଖବର ପାଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣାର ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଫାର୍ମାସିଷ୍ଟଙ୍କୁ ଗିରଫ କରିଛି । ଏଥିସହ ପରିବାରର ୫ ଜଣଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି । ନ୍ୟାୟିକ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking