27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନକଲି ଡାକ୍ତରଙ୍କ ଔଷଧରେ ଗର୍ଭବତୀଙ୍କ ମୃତ୍ୟୁ !

ନକଲି ଡାକ୍ତରଙ୍କ ଔଷଧରେ ଗର୍ଭବତୀଙ୍କ ମୃତ୍ୟୁ !

ନବରଙ୍ଗପୁର : ନକଲି ଡାକ୍ତରଙ୍କ ଔଷଧରେ ଗର୍ଭବତୀଙ୍କ ମୃତ ! ଭୂଲ ଔଷଧ ଯୋଗୁ ଗୁରୁତର ହୋଇପଡ଼ିଥିବା ଗର୍ଭବତୀ ଶେଷରେ ଆଖି ବୁଜିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାତୀଗାଁ’ ଗ୍ରାମପଂଚାୟତ ଅନ୍ତର୍ଗତ କମକାଢ଼ଡ଼ମି ଗ୍ରାମରେ ।
ସୂଚନା ଅନୁଯାୟୀ, ହାତୀଗାଁ’ କମକାଢ଼ଡ଼ମି ଗ୍ରାମର ଅଭିରାମ ରାଉତଙ୍କ ପତ୍ନୀ ଅନୀତା ଗଉଡ଼ ୩ମାସର ଗର୍ଭବତୀ ଥିଲେ । କିଛିଦିନ ତଳେ ଅନିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଚିକିତ୍ସା ନିମନ୍ତେ ପରିବାର ଲୋକେ ଗତ ରବିବାର ଦାସପୁର ଗ୍ରମାର ନକଲି ଡାକ୍ତର ନନ୍ଦୁରାମ ଗଣ୍ଢଙ୍କ ନିକଟକୁ ନେଇଥିଲେ । ଅନିତାଙ୍କ ମ୍ୟାଲେରିଆ ହୋଇଥିବା କହି ନନ୍ଦୁରାମ ଇଜେକ୍ସନ୍ ଦେବା ସହ କିଛି ବଟିକା ମଧ୍ୟ ଖାଇବାକୁ ଦେଇଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଦେଇଥିବା ଔଷଧ ଖାଇପବା ପରେ ଅନିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ପ୍ରଥମେ ତାଙ୍କୁ ରାଇଘର ଓ ଗତକାଲି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୁଲିସ ଉକ୍ତ ଗାଁ’କୁ ଯାଇ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking