32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗପୁଣି ଜନନୀ ଯନ୍ତ୍ରଣା ଭାରରେ ନେବା ବେଳେ ବାଟରେ ପ୍ରସବ

ପୁଣି ଜନନୀ ଯନ୍ତ୍ରଣା ଭାରରେ ନେବା ବେଳେ ବାଟରେ ପ୍ରସବ

ଦଶମନ୍ତପୁର: ଜନନୀ ଯନ୍ତ୍ରଣା କମିବାରେ ନା ନେଉନି।ଗାଁ କୁ ଭଲ ରାସ୍ତାନଥିବାରୁ ୧କିଲୋମିଟର ଦୂରରେ ରହିଗଲା ଆମ୍ବୁଲାନ୍ସ । ଏଭଳି ଅବାଭିୟ ଘଟଣା ଘଟିଛି।ଦଶମନ୍ତପୁର ବ୍ଲକ ର ଗିରିଲିଗୁମାପଞ୍ଚାୟତ ର କିରାମ୍ବ ଗାଁ ରେ।ପରେ ନବଜାତଶିଶୁ ପୁତ୍ର ଓ ପ୍ରସ୍ତୁତିଙ୍କୁ ଦଶମନ୍ତ ପୁର ଗଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ଉଭୟ ମା ଓଶିଶୁ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ଡାକ୍ତର।ଗ୍ରାମ ବାସୀକହିବା ଅନୁଯାୟୀ ଗାଁ ର ବିନୋଦ ମୁଦୁଲି ଙ୍କର ସ୍ତ୍ରୀ ରେଣୁକା ମୁଦୁଲି ଗର୍ଭବତୀ ଥିଲେ। ଆଜି ସକାଳୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା ସ୍ୱାମୀ ବିନୋଦ ଗ୍ରାମର ଆଶା କର୍ମୀ ଦୀପ୍ତି ଚାଲାଣ ଙ୍କୁ ଜଣାଇବା ପରେ ୧୦୨ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ । ଏହି ସମୟରେ ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାରୁ ୧୦୮କୁ ପନ କରିଥିଲେ ।ରାସ୍ତା ଖରାପ ଥିବାରୁ ୧୦୮ଆମ୍ବୁଲାନ୍ସ ଆସି କିରାମ୍ବ ଗାଁ ଠାରୁ ୧କିଲୋମିଟର ଦୂରରେ ରହିଥିଲା ।କିଛି ଉପାୟ ନପାଇ ଏକ ଖଟିଆ ରେ ଗର୍ଭବତୀ ମହିଳା କୁ ପରିବାର ଓ ଗ୍ରାମବାସୀ ଗାଡ଼ି ପାଖକୁ ଭାରରେ ବହି ଅଣୁଥିବା ବେଳେ ଅଧ କିଲୋମିଟର ରେ ପ୍ରସବ ହୋଇଥିଲା। ଏକ ଶିଶୁ ପୁତ୍ର ଜନ୍ମ ନେଇଥିଲେ।ଆଶା କର୍ମୀ ଓ ପରିବାର ମହିଳା ମାନେ ଗର୍ଭବତୀଙ୍କୁପ୍ରସବ କରାଇ ସୁସ୍ଥ ହେବାପରେ ପୁଣି ମା ଓ ଶିଶୁ ପୁତ୍ର କୁ ଖଟିଆ ରେ ବହି ଆମ୍ବୁଲାନ୍ସ ପାଖକୁ ଆଣି ଦଶମନ୍ତ ପୁର ମେଡ଼ିକାଲ ରେ ଭର୍ତି କରିଥିଲେ।ଏହି ଘଟଣା କୁନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ବିଧାୟକ ପ୍ରଶାସନ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ନିର୍ମାଣ ଉପରେ ଗୁରୁତର ଦେଉ ନାହାନ୍ତି।ସେଥିପାଇଁ ସମସ୍ତଙ୍କୁ ସରକାରୀ ହବହେଲା ଶିକାର ହେବାକୁ ପଡୁଛିକ୍ଷବର ସହିତ ପ୍ରକାଶ କରିଛନ୍ତି।ହେଲେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ହୋଇଗାଁ ପାଖର ନଦୀ ଘାଟ ବାଟ ଅଗାଲୁଚି ବର୍ଷା ଦିନେ ଜଳ ବନ୍ଦୀ ଜୀବନ ଯାପନ କରିବାକୁ ପଡୁଛି।ରାସ୍ତା ନଥିବାରୁ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ବାଧା ସୃଷ୍ଟି କରୁଛି ଏଥିପ୍ରଥି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking