ତେଲକୋଇ ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର : ଭାରରେ ବୁହାହେଲେ ଗର୍ଭବତୀ

ତେଲକୋଇ- ଭାରରେ ବୁହାହେଲେ ଗର୍ଭବତୀ ।ଏମିତି ବିକଳ ଚିତ୍ର ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ଶିବନାରାୟଣ ପୁର ଗୋଡା ପଞ୍ଚାୟତ ତମାଙ୍ଗ ଗାଁରେ ।ଗାଁର ଜଗା ଦେହୁରୀ ଙ୍କ ପତ୍ନୀ ନନ୍ଦିନୀ ଦେହୁରୀ ଗର୍ଭବତୀ ଥିଲେ ।ଗତକାଲି ସେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ ।ତେବେ ଗାଁ ର ପୁରୁଷ ଲୋକେ ଚାଷ କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ କୁ ଆଣିବା ସମ୍ଭବ ହୋଇ ପାରି ନଥିଲା ।ସେମାନେ ଗତକାଲି ଉପର ଓଳି ଭାରରେ ବୁହି ୪ କିଲୋମିଟର ଦ୍ବର ପାହାଡ ତଳ ଗାଁ ହଳଦୀପାଣି କୁ ଆଣିବା ପରେ ଆମ୍ବୁଲାନ୍ସ ଦ୍ବାରା ତେଲକୋଇ ମେଡିକାଲ ନେଇଥିଲେ ।ସେଠାରେ ଗର୍ଭବତୀ ନନ୍ଦିନୀ ମୃତଶିଶୁକୁ ଜନ୍ମ ଦେଇଥିଲେ । ଅଗମ୍ୟ ଅଞ୍ଚଳ ର ଗର୍ଭବତୀ ମହିଳା ଙ୍କୁ ସୁରକ୍ଷିତ ମାତୃତ୍ବ ପାଇଁ ମା ଗୃହରେ ରଖିବାର ବ୍ୟବସ୍ଥା ଥିଲେ ମଧ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ତାଙ୍କୁ କାହିଁକି ଏ ବ୍ୟବସ୍ଥା ରେ ସାମିଲ କରାଗଲା ନାହିଁ ତାହା ତେଲକୋଇ ର ସ୍ବାସ୍ଥ୍ୟ ସେବା ଉପରେ ପ୍ରଶ୍ନବାଚୀ ଲଗାଇଛି ।ସରକାର ଗର୍ଭବତୀ ମହିଳା ଙ୍କ ସୁବ୍ୟବସ୍ଥା କରିଥିଲେ ମଧ୍ୟ ତାହା ସଠିକ ଭାବେ ପରିଚାଳନା କରିବାରେ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here