34.1 C
Bhubaneswar
Thursday, April 25, 2024
Homeଓଡିଶାଡାକ୍ତରଙ୍କ ଅଭିନବ ପ୍ରୟାସ : ଗୁଣିଗାରିଡ଼ିରେ ବିଶ୍ୱାସ କରୁଥିବା ଗର୍ଭବତୀଙ୍କୁ ପଠାଇଲେ ଡାକ୍ତରଖାନା

ଡାକ୍ତରଙ୍କ ଅଭିନବ ପ୍ରୟାସ : ଗୁଣିଗାରିଡ଼ିରେ ବିଶ୍ୱାସ କରୁଥିବା ଗର୍ଭବତୀଙ୍କୁ ପଠାଇଲେ ଡାକ୍ତରଖାନା

ମାଲକାନଗିରି : ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଏ । ତେଣୁ ସମାଜରେ ତାଙ୍କୁ ଲୋକେ ଅଧିକ ବିଶ୍ୱାସ କରିଥାନ୍ତି । କୌଣସି ରୋଗ ହେଲେ ଡାକ୍ତରଙ୍କ ପ୍ରୟାସରେ ହିଁ ସୁସ୍ଥ ହୋଇଥାନ୍ତି । ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଅନେକ ଡାକ୍ତର ନିଜର ମାନବିକତା ଦେଖାଇ ସମାଜକୁ ଏମ ଭିନ୍ନ ବାର୍ତ୍ତା ଦେଇଛନ୍ତି । କେତେବେଳେ ଗର୍ଭବତୀଙ୍କୁ ଭାରରେ ବୋହିବା ଓ କେତେବେଳେ ଖଟିଆରେ ବୋହିବା ଭଳି କାର୍ଯ୍ୟ କରି ନିଜର ମାନବିକତା ଦେଖାଇଛନ୍ତି । ତେବେ ବର୍ତ୍ତମାନ ଗୁଣିଗାରିଡ଼ି ଉପରେ ବିଶ୍ୱାସ ରଖିଥିବା ଜଣେ ଗର୍ଭବତୀଙ୍କୁ ବୁଝାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇବା ଭଳି ଅଭିନବ ପ୍ରୟାସ କରି ଚର୍ଚ୍ଚାରେ ଅଛନ୍ତି, ଆଉ ଜଣେ ଡାକ୍ତର । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ବାଲିଗୁଡ଼ା ଗ୍ରାମରେ । ଗ୍ରାମର ରାଧା ପେଦା ନାମକ ମହିଳା ଗର୍ଭବତୀ ସେ ଡାକ୍ତରଙ୍କ ଚିକିତ୍ସା ଉପରେ ଭରସା ନ ଥିବାରୁ ଗୁଣି ଗାରିଡ଼ି ଉପରେ ବିଶ୍ୱାସ ରଖିଥିଲେ । ସମ୍ପୃକ୍ତ ଗ୍ରାମର ଆଶା କର୍ମୀ ଡାକ୍ତରଖାନାରେ ପ୍ରସବ ପାଇଁ ଯେତେ ବୁଝାଇଲେ ମଧ୍ୟ ସେ ଗୁଣିଗାରିଡ଼ିର ଆଶ୍ରୟ ନେଉଥିଲେ । ତେଣୁ ତାଙ୍କର ଅନ୍ଧ ବିଶ୍ୱାସ ଦୂର କରିବାପାଇଁ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଗେଇ ଆସିଥିଲେ । ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମୀୟ କୁମାର ସ୍ୱାଇଁ ନିଜେ ରାଧାଙ୍କ ଗ୍ରାମକୁ ଯାଇ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ସୁବିଧା ଓ ସରକାରଙ୍କ ଯୋଜନା ଉପରେ ବୁଝାସୁଝା କରିଥିଲେ । ଏହାପରେ ତାଙ୍କୁ ନିଜେ ତାଙ୍କ ଗାଡ଼ିରେ ଆଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଡାକ୍ତରଙ୍କ ଏଭଳି ମାନବିକତା ଓ ପ୍ରୟାସକୁ ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking