30.1 C
Bhubaneswar
Wednesday, April 24, 2024
Homeଅପରାଧଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚ ଦମ୍ପତି

ଗର୍ଭବତୀ ଜଙ୍ଗଲ ରକ୍ଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚ ଦମ୍ପତି

ପୁଣେ: ମହାରାଷ୍ଟ୍ର ସତାରା ଜିଲ୍ଲାର ଏକ ଗ୍ରାମରେ ଜଣେ ପୂର୍ବତନ ସରପଞ୍ଚ ଏବଂ ତାଙ୍କ ପତ୍ନୀ ତିନି ମାସର ଗର୍ଭବତୀ ଥିବା ଜଣେ ମହିଳା ଜଙ୍ଗଲ ରକ୍ଷୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି । ଘଟଣା ସଂପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ ପଶ୍ଚିମ ମହାରାଷ୍ଟ୍ର ଜିଲ୍ଲାର ପାଲସାୱାଡେ ଗ୍ରାମରେ ବୁଧବାର ଏହି ଘଟଣା ଘଟିଛି । ସୂଚନା ଅନୁଯାୟୀ, ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ ଥିବା ଅଭିଯୁକ୍ତ ବ୍ୟକ୍ତି ଜଣକ ଚୁକ୍ତିଭିତ୍ତିକ ଜଙ୍ଗଲ ଶ୍ରମିକମାନଙ୍କୁ ତାଙ୍କ ସହ ବିନା ଅନୁମତିରେ ନେଇ ମହିଳା ଜଙ୍ଗଲ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ସକାଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ବିରୋଧରେ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଏହିପରି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ସତାରା ଆରକ୍ଷୀ ଅଧୀକ୍ଷକ (ଏସପି) ଅଜୟ କୁମାର ବଂଶଲ କହିଛନ୍ତି ଯେ ଅଭିଯୁକ୍ତ ବ୍ୟକ୍ତି ଜଣକ ଗାଁର ପୂର୍ବତନ ସରପଞ୍ଚ ଏବଂ ସ୍ଥାନୀୟ ଜଙ୍ଗଲ ପରିଚାଳନା କମିଟିର ସଦସ୍ୟ । ସେ କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ତିନି ମାସର ଗର୍ଭବତୀ ଥିବା ମହିଳା ଜଙ୍ଗଲ ରାକ୍ଷୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି । କାରଣ ଅଭିଯୁକ୍ତ ଜଣକ ବିନା ଅନୁମତିରେ ଚୁକ୍ତିଭିତ୍ତିକ ଜଙ୍ଗଲ ଶ୍ରମିକମାନଙ୍କୁ ସାଙ୍ଗରେ ନେଇ ଯାଉଥିବାରୁ ମହିଳା ଜଙ୍ଗଲ ରକ୍ଷୀ ଏହାର ବିରୋଧ କରିଥିଲେ । ମାଡ଼ ମାରିଥିବା ସରପଞ୍ଚ ଦମ୍ପତିଙ୍କ ବିରୋଧରେ ସତାରା ତାଲୁକା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି ବୋଲି ସେ କହିଛନ୍ତି । ଯେହେତୁ ଜଙ୍ଗଲ ରକ୍ଷୀ ଗର୍ଭବତୀ ଅଛନ୍ତି, ତାଙ୍କ ଗର୍ଭସ୍ଥ ଶିଶୁର ଡାକ୍ତରୀ ପରୀକ୍ଷା କରାଯିବ । ଯଦି ଭ୍ରୁଣ କ୍ଷତିଗ୍ରସ୍ତ ହୋଇଥାଏ, ତେବେ ସମ୍ପୃକ୍ତ ବିଭାଗ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଆରୋପ ମଧ୍ୟ ଲଗାଇବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking