31.1 C
Bhubaneswar
Tuesday, April 23, 2024
Homeଓଡିଶାବିଜେପୁର କନ୍ଧଡ଼ିହି ଗ୍ରାମରେ ଖଟିଆରେ ବୁହା ହେଲେ ପ୍ରସୂତି

ବିଜେପୁର କନ୍ଧଡ଼ିହି ଗ୍ରାମରେ ଖଟିଆରେ ବୁହା ହେଲେ ପ୍ରସୂତି

ବରଗଡ : ପୁଣି ଖଟିଆରେ ବୁହାହେଲେ ପ୍ରସୂତି । ଏଭଳି ଘଟଣା ଦେଖିବାକୁ ମିଳିଛି ବିଜେପୁର ବ୍ଲକରେ । ରବିବାର ସକାଳେ ବିଜେପୁର ବ୍ଲକ କନ୍ଧଡ଼ିହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲଭର୍ଟ କାମ ଚାଲିଥିବା ଯୋଗୁଁ ଜନୈକା ପ୍ରସୂତିକୁ ଖଟରେ ବୋହି ନିଆଯାଇଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କନ୍ଧଡ଼ିହି ଗ୍ରାମର ସୁଶାନ୍ତ ପୁଟେଲଙ୍କ ସ୍ତ୍ରୀ ରେବତୀଙ୍କ ରବିବାର ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାରବର୍ଗ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ତେବେ କନ୍ଧଡ଼ିହିକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ କଲଭର୍ଟ ନିର୍ମାଣ ଚାଲିଥିବାରୁ ଗାଁକୁ ଆମ୍ବୁଲାନ୍ସ ପହଞ୍ଚ ପାରିନଥିଲା । ଆମ୍ବୁଲାନ୍ସ ଗାଁର ୫ ଶହ ମିଟର ଦୂରରେ ଅଟକି ରହିଥିଲା । ଫଳରେ ପରିବାରବର୍ଗ ବାଧ୍ୟ ହୋଇ ରେବତୀଙ୍କୁ ଏକ ଖଟିଆରେ ୫ ଶହ ମିଟର ବୋହି ଅଟକି ରହିଥିବା ଆମ୍ବୁଲାନ୍ସକୁ ଆଣିଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଣାଯିବା ସହ ସେଠାରେ ରେବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ତେବେ ଦୀର୍ଘ ଦିନରୁ କନ୍ଧଡ଼ିହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲର୍ଭଟ ତିଆରି ଚାଲିଥିବା ବେଳେ ରାସ୍ତାରେ ଡାଇଭର୍ସନ ମଧ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଛି । ଫଳରେ ଆଜି ପ୍ରସୂତି ମହିଳାଙ୍କୁ ଖଟିଆରେ ବୋହି ନେବା ପରି ଘଟଣା ଘଟିଥିବା ବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking