34.1 C
Bhubaneswar
Friday, March 29, 2024
Homeଓଡିଶାମା' ବିରଜା ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

ମା' ବିରଜା ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ

ଯାଜପୁର:କରୋନା ସଂକ୍ରମଣକୁ ରୋକିବା ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ପ୍ରଶାସକ ତଥା ଯାଜପୁର ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭକ୍ତ ମାନଙ୍କ ଠାରୁ ସେବାୟତ ମାନେ ଦୂରତା ରକ୍ଷା କରିବେ । ସେବା କରିବା ସମୟରେ ମନ୍ଦିର ପରିସରରେ ସେବାୟତ ମାନେ ମାସ୍କ ପିନ୍ଧିବେ । ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ସଂପର୍କରେ ପ୍ରଶାସନର ଦୃଷ୍ଟିକୁ ଆଣିବେ । ଭକ୍ତ ମାନେ ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଭଲ ଭାବେ ପରିସ୍କାର ହୋଇ ମନ୍ଦିର ଭିତରକୁ ପ୍ରବେଶ କରିବେ । ମନ୍ଦିର ଭିତରେ କୌଣସି ପ୍ରକାର ବିବାହ ଓ ବ୍ରତ ଭଳି କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ଏପରିକି ମନ୍ଦିର ପରିସରରେ ରହିଥିବା ପ୍ରସାଦ କେନ୍ଦ୍ର ମଧ୍ୟ ବନ୍ଦ ରହିବ । ମନ୍ଦିର ବାହାରେ ଥିବା ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ମଧ୍ୟ ନିଷ୍ପତି ହୋଇଛି ।
https://onakhabar.com/2020/03/17/jajpur-railway-checked-by-district-magistrate-for-corona/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking