ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କଲେ ରଣନୀତିକାର ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ।  ଦୁହିଁଙ୍କ ମଧ୍ୟରେ ବୈଠକ ଜାରି ରହିଛି । ସୂତ୍ର ଅନୁସାରେ, ବୈଠକରେ ପ୍ରିୟଙ୍କା ଗାନ୍ଧୀ, କେସି ବେଣୁଗୋପାଳ ଓ ପଂଜାବ ପ୍ରଭାରୀ ହରୀଶ ରାବତ ଉପସ୍ଥିତ ରହିଛନ୍ତି ।
କହିରଖୁଛୁ, କିଛି ମାସ ପୂର୍ବରୁ ପଂଜାବ ମୁଖ୍ୟମନ୍ତ୍ରୀ  କ୍ୟାପଟେନ ଅମରିନ୍ଦର ସିଂ ପ୍ରସାନ୍ତ କିଶୋରଙ୍କୁ ନିଜର ମୁଖ୍ୟ ପରାମର୍ଶଦାତା ନିଯୁକ୍ତ କରିଥିଲେ । ଏହାପରେ କିଶୋର ବିଧାୟକ ଓ ଅଧିକାରୀମାନଙ୍କ ସହିତ ବୈଠକ କରିଥିଲେ ।
ଗତମାସରେ ପ୍ରଶାନ୍ତ କିଶୋର ୩ ଥର ଏନସିପି ଅଧ୍ୟକ୍ଷ ଶରଦ ପାଓାରଙ୍କ ସହିତ ସାକ୍ଷାତ କରିଥିଲେ । ସୂଚନାଯୋଗ୍ୟ ଯେ, ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଓ ତାମିଲନାଡୁରେ ଡିଏମକେ ଗଠବନ୍ଧନ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here