38.8 C
Bhubaneswar
Friday, April 19, 2024
Homeଅପରାଧ୧ କୋଟି ବିନିମୟରେ ଜ୍ୱାଇଁକୁ ମାରିବା ପାଇଁ ଦେଇଥିଲା ସୁପାରୀ, ଆଉ ତା ପରେ..

୧ କୋଟି ବିନିମୟରେ ଜ୍ୱାଇଁକୁ ମାରିବା ପାଇଁ ଦେଇଥିଲା ସୁପାରୀ, ଆଉ ତା ପରେ..

ନୂଆଦିଲ୍ଲୀ: ରାଗ ଏମିତି ଏକ ଜିନିଷ, ଯାହା ସବୁବେଳେ ମଣିଷ କାବୁରେ ରହିନଥାଏ । କ୍ରୋଧରେ ସେ କିଛି ବି କରିପାରେ । ସେ ପଇସା ପାଇଁ ହେଉ କି ପ୍ରେମ । ଠିକ୍ ଏମିତି ଏକ ଖବର ପୁଣି ଦେଖିବାକୁ ମିଳିଛି ତେଲେଙ୍ଗାନା ଅଂଚଳରେ । ତେବେ ପ୍ରଣୟ ଅନର କିଲିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ମାରୁତି ରାଓ ହାଇଦ୍ରାବାଦରେ ଆତ୍ମହତ୍ୟା କରିଥିଲା । ଯିଏ କୋର୍ଟରୁ ଜାମିନରେ ଆସିଥିଲା । ସୂଚନା ଅନୁସାରେ, ତା ଝିଅ ଗର୍ଭବତୀ ଥିବା ସମୟରେ ଚେକ୍ ଅପ୍ ପାଇଁ ମେଡିକାଲ୍ ବାହାରିଥିଲା । ଆଉ ମେଡିକାଲରେ କାମ ସାରି ଫେରିବା ବାଟରେ ତା ସ୍ୱାମୀକୁ ସୁପାରି ଦେଇ ହତ୍ୟା କରିବା ମାମଲାରେ ମାରୁତିକୁ ଗିରଫ କରିଥିଲା ପୋଲିସ । ତୋଲୋଙ୍ଗାନାର ନାଲକୋଣ୍ଡା ଅଂଚଳରେ ହୋଇଥିବା ପ୍ରଣୟ ଅନର କିଲିଂ ମାମଲାରେ ପୁଲିସ ୭ ଜଣ ଅଭିଯୁକ୍ତକୁ ଗିରଫ କରିଥିଲା । ଯେଉଁଥିରେ ମାରୁତି ଓ ତାର ଜଣେ ସଂପର୍କୀୟଙ୍କ ସମେତ ୭ ଜଣ ସଂପୃକ୍ତ ଥିଲେ । ତେବେ ଯାଂଚ ସମୟରେ, ମାରୁତି ପ୍ରଣୟକୁ ହତ୍ୟା କରିବା ପାଇଁ ସୁପାରି କିଲରକୁ ପ୍ରାୟ ୧ କୋଟି ଟଙ୍କା ଦେଇଥିଲା । ଏହାସହ ଯାଂଚ ସମୟରେ ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଥିଲା । ତାହା ହେଲା, ପ୍ରଣୟର ସ୍ତ୍ରୀ ଅମୃତାଙ୍କ ବାପା ଟି. ମୂର୍ତି ରାଓ ବାରି ନାମରେ ଜଣେ ବ୍ୟକ୍ତିକୁ ନିଜ ଜ୍ୱାଇଁଙ୍କୁ ମାରିବା ପାଇଁ ୧ କୋଟି ଟଙ୍କା ସୁପାରୀ ଦେଇଥିଲେ । ଏଥିପାଇଁ ବାରି ବିହାରର କିଛି ବ୍ୟକ୍ତିକୁ ଟଙ୍କା ଦେଇଥିଲା । ତେବେ ଏହି କେସରେ ସ୍ଥାନୀୟ କଂଗ୍ରେସ ନେତା ମହମ୍ମଦ କରୀମକୁ ବି ପୋଲିସ ଗିରଫ କରିଥିଲା । ପୋଲିସର ସୂଚନା ଅନୁସାରେ, ମୂର୍ତି ରାଓ କରୀମ ମାଧ୍ୟମରେ ହିଁ ବାରି ସହ ପରିଚିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking