40.1 C
Bhubaneswar
Thursday, April 25, 2024
Homeଓଡିଶାବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଦେଲେ ପ୍ରଣବ...

ବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଦେଲେ ପ୍ରଣବ ପ୍ରକାଶ ଦାସ

ଯାଜପୁର:କୋରୋନା ମୁକାବିଲା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ମହାନତା । ବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଯାଜପୁର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଅର୍ଥରେ କୋରୋନାର ମୁକାବିଲା କରାଯିବ,ସ୍ୱାସ୍ଥ୍ୟ ସେବାର ଭିତିଭୂମି ଆଦି ପାଇଁ ଏହି ଅର୍ଥ ବ୍ୟୟ କରାଯିବ ବୋଲି ଯାଜପୁର ଜିଲାପାଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଯାଜପୁର:କୋରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଯାଜପୁରରେ ରହିଛି ଲକଡାଉନ । ଜିଲାର ୧୦ ଟିବ୍ଲକ ଓ ଦୁଇଟି ପୌରପାଳିକା ରେ ସଂପୁର୍ଣ୍ଣ ବନ୍ଦ ରହିଛି । ସେପଟେ କୋରୋନା ସ୍ଥିତିର ମୁକାବିଲା ପାଇଁ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାର ବ୍ୟବସାୟୀ ସଂଘ ଓ ଗାଡି ମାଲିକ ସଂଘ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅତ୍ୟାବଶ୍ୟକ ସାମଗ୍ରୀ ଦରକୁ ନିୟନ୍ତ୍ରଣ କରିବା ସହିତ ସାମଗ୍ରୀ ର ଶୃଙ୍ଖଳିତ ପରିବହନ ପାଇଁ ଗାଡି ମାଲିକ ମାନଙ୍କୁ ଚେତାବନି ଦିଆଯାଇଛି । ହୋଲସେଲ ଦୋକାନ ଗୁଡିକ ସଂପୁର୍ଣ୍ଣ ଭାବେ ୨୪ ଘଂଟା ଖୋଲା ରଖିବାକୁ ନିର୍ଦ୍ଧେଶ ଦିଆଯାଇଛି ।ସେହିପରି ଗାଡି ମାଲିକ ମାନେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ଯେପରି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସେହିଭଳି ଯାଜପୁର ଏସ ପି ଚରଣ ସିଂ ମିନା ଯୋଗ ଦେଇ ଅଯଥା ଘରୁ ନ ବାହାରି ଭିଡ ନ କରିବାକୁ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking