39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଅଧ୍ୟାପକ ପ୍ରକାଶ ସାହୁ ଆତ୍ମହତ୍ୟା ଘଟଣାର ବିଧିବଦ୍ଧ ତଦନ୍ତ ଦାବି କଲେ ବଡ଼ଭାଇ

ଅଧ୍ୟାପକ ପ୍ରକାଶ ସାହୁ ଆତ୍ମହତ୍ୟା ଘଟଣାର ବିଧିବଦ୍ଧ ତଦନ୍ତ ଦାବି କଲେ ବଡ଼ଭାଇ

ବଲାଙ୍ଗିର : ମୋ’ ଭାଇ ଆତ୍ମହତ୍ୟା କରିନାହିଁ, ତାକୁ ହତ୍ୟା କରାଯାଇଛି । ଏହାର ବିଧିବଦ୍ଧ ତଦନ୍ତ କରାଯାଉ ବୋଲି ମୃତ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ବଡ଼ଭାଇ ସରୋଜ କୁମାର ସାହୁ ବଲାଙ୍ଗିର ଏସ୍‌ପି.ଙ୍କୁ ଆଜି ଲିଖିତ ଭାବେ ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସ ୩୧ ତାରିଖ ଦିନ ସ୍ଥାନୀୟ ଆଲୋକନଗରରେ ରାଜେନ୍ଦ୍ର କଲେଜର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ମୃତଦେହ ସେ ରହୁଥିବା ଭଡ଼ାଘରୁ ଉଦ୍ଧାର ହୋଇଥିଲା । ଏହି ଘଟଣାର ପୁନଃତଦନ୍ତ ପାଇଁ ମୃତକଙ୍କ ପରିବାରବର୍ଗ ଦାବୀ କରିଛନ୍ତି । ବୌଦ୍ଧ ଜିଲ୍ଲାର ମାର୍ଯ୍ୟାକୁଦର ସରୋଜ କୁମାର ସାହୁ ତାଙ୍କ ସାନଭାଇଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖି ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ସଂଦେହଜନକ ଭାବରେ ତାଙ୍କ ଭାଇର ମୃତ୍ୟୁ ଖବର ପାଇଁ ତାଙ୍କ ପରିବାରର ସଦସ୍ୟ ବୃନ୍ଦ ସେ ରହୁଥିବା ଘରକୁ ଆସିଥିଲେ ଏବଂ ତାଙ୍କ ଭାଇର ଉଭୟ ହାତ ଓ ଗୋଡ଼ରେ କଟା ଚିହ୍ନ ଥିବା ସହ ରକ୍ତ ବାହାରୁଥିବା ଦେଖିଥିଲେ । ବେକରେ ଦଉଡ଼ି ଲାଗିଥିଲେ ସୁଦ୍ଧା ଭୂଇଁରେ ସେ ଆଣ୍ଠେଇ ହୋଇ ପଡ଼ିଥିଲେ । ତେବେ ଏଭଳି ପାରିପାଶ୍ୱିର୍କ ପରିସ୍ଥିତି ଦେଖି ଏହା ଆତ୍ମହତ୍ୟା ନୁହେଁ, ହତ୍ୟାକାଣ୍ଡ ବୋଲି ତାଙ୍କ ପରିବାରବର୍ଗ ପୁଲିସକୁ କହିଥିଲେ । ସେ ଆହୁରି ଲେଖିଛନ୍ତି ଯେ, ସେମାନେ ଅନୁସଂଧାନ କରି ଜାଣିବାକୁ ପାଇଛନ୍ତି, ତାଙ୍କ ଭାଇ ପ୍ରକାଶର ପତ୍ନୀ, ସେହି ମହିଳାଙ୍କ ପରିବାରବର୍ଗ ଓ ତାଙ୍କ କିଛି ସହଯୋଗୀ ତାଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି ଏବଂ ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚକ୍ରାନ୍ତ କରିଛନ୍ତି । ଏହି ଅଭିଯୋଗରୁ ବର୍ତ୍ତିବା ପାଇଁ ସେମାନେ ଭିନ୍ନ ଭିନ୍ନ ନାଟକ କରୁଥିବା ମଧ୍ୟ ମୃତ ଅଧ୍ୟାପକଙ୍କ ବଡ଼ଭାଇ ସରୋଜ ଜଣାଇଛନ୍ତି ।
ପୋଲିସ ମହାନିର୍ଦ୍ଦେଶକ, କଟକଙ୍କ ଉଦ୍ଦେଶ୍ୟରେ ମୃତକଙ୍କ ବଡ଼ଭାଇ ସରୋଜ ଲେଖିଛନ୍ତି ଯେ, ମୋର ମା’ ଓ ମୋର ପୁଅ ମୋର ଭାଇ ଓ ଭାଇବୋହୁ ସହ ବଲାଙ୍ଗିରରେ ରହୁଥିଲେ । କିନ୍ତୁ ମୋ’ ଭାଇବୋହୁ ତାଙ୍କ ମା’ବାପାଙ୍କ ପରାମର୍ଶରେ ଉଭୟଙ୍କୁ ମାରପିଟ୍‌ କରି ଘରୁ ତଡ଼ି ଦେଇଥିଲେ । ଏହି ଘଟଣାକୁ ନେଇ ଭାଇ ଓ ଭାଇବୋହୁ ଭିତରେ ଲଗାତାର ମନୋମାଳିନ୍ୟ ହୋଇଥିଲା । ଆଗରୁ ମଧ୍ୟ ମୋ ଭାଇଙ୍କୁ ମୋ ଭାଇବୋହୁ ପିଟାମରା କରିବା ସହ ସେ ଓ ତାଙ୍କ ମା’ବାପା ମୋ ଭାଇଙ୍କ ସହ ଗଣ୍ଡଗୋଳ କରୁଥିଲେ । ଏପରିକି ଗତ ନୂଆଁଖାଇ ଦିନ ମଧ୍ୟ ମୋ ଭାଇବୋହୁ ମୋ ଭାଇକୁ ଆମ ଘରକୁ ନୂଆଁଖାଇ ଯିବାକୁ ଦେଇ ନଥିଲେ । ଏହି କଥାକୁ ନେଇ ଗତ କିଛିଦିନ ହେଲା ଦୁଇ ଜଣଙ୍କ ଭିତରେ ଗଣ୍ଡଗୋଳ ଚାଲିଥିଲା ଓ ମୋ ଭାଇବୋହୁ ମୋ ଭାଇକୁ ଗୁଣ୍ଡା ଲଗାଇ ମଡର଼୍ର କରାଇଦେବି ବୋଲି ଧମକ ଦେଇଥିବାର ମୋର ଭାଇ ମୃତ୍ୟୁର କିଛିଦିନ ପୂର୍ବରୁ ଜଣାଇଥିଲା । ଏଭଳିକି ମୃତ୍ୟୁର ପୂର୍ବଦିନ ସଂଧ୍ୟାରେ ସେ ମୋତେ ଫୋନ୍‌ କରି ତାର ଅସନ୍ତୋଷ ଓ ଦୁଃଖ କାହାଣୀ ଜଣାଇଥିଲା । ଏରୁ ଆମେ ସ୍ଥିର ନିଶ୍ଚିତ ଯେ, ମୋର ଭାଇବୋହୁ ଜିନୁବାଳା ସାହୁ, ତାଙ୍କ ବାପା ଓ ମା’ ଚକ୍ରାନ୍ତ କରି ସଂଗଠିତ ଭାବରେ ମୋ ଭାଇର ହତ୍ୟାକାଣ୍ଡ ଅନ୍ୟମାନଙ୍କ ସାହାଯ୍ୟରେ ରଚାଇଛନ୍ତି ଓ ତାକୁ ଆତ୍ମହତ୍ୟାର ରୂପ ଦେଇଛନ୍ତି ।
ତେବେ ମୃତକଙ୍କ ବଡ଼ଭାଇ ସରୋଜ କୁମାର ସାହୁ ଘଟଣାର ତଦନ୍ତ କରି ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ଆସାମୀମାନଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking