27.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ

ପୁଣି ସ୍ୱାଭିମାନ ଅଂଚଳରେ ପ୍ରଜାମେଳୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳର ଏକ ଦୁର୍ଗମ ସ୍ଥାନରେ ପୁଣି ଆଦିବାସୀ ମାନଙ୍କ ପ୍ରଜାମେଳୀ ଅନୁଷ୍ଠିତ ହୋଇଯାଇଛି । ଯୋଡାମ୍ବ ପଂଚାୟତର କୁନ୍ତୁରୁପଦର ଜଙ୍ଗଲରେ ବୁଧବାର ପୁଣି ଶତାଧୀକ ଆଦିବାସୀ ସ୍ୱାଭିମାନ ଅଂଚଳରୁ ବି.ଏସ.ଏଫ କ୍ୟାମ୍ପ ପ୍ରତ୍ୟାହୃତ ଓ ସଂପୃକ୍ତ ଅଂଚଳରେ ଉନ୍ନୟନମୂଳକ କାର୍ଯ୍ୟ କରିବା ଦାବରେ ପ୍ରଜାମେଳି କରାଯାଇଛି । ପୂର୍ବରୁ ଗତ ୧ ତାରିଖରେ ହନ୍ତାଳଗୁଡ଼ା ଠାରେ ୩୧ ଦଫା ଦାବି ମଧ୍ୟରେ ଏହି ଅଂଚଳରେ ଶିକ୍ଷା ବିଭାଗର ସୁଧାର, ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଆଦିବାସୀ ବହୁଳ ଅଂଚଳରେ କୃଷକମାନଙ୍କୁ ସୁବିଧା ସୁ ଯୋଗ, ଗତଥର ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କ କ୍ଷତିପୂରଣ, ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କ୍ଷମ କରି ଶିଶୁ ମାନଙ୍କୁ ସୁଷମ ଖାଦ୍ୟ ବଂଟନ, ନାକାମାମୁଡି ପଂଚାୟତକୁ ଦୁଇ ଭାଗରେ ବିଭକ୍ତ କରି ନୂତନ ପଂଚାୟତ ଗଠନ, ଛାତ୍ରଛାତ୍ରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ ଭଳି ଦାବୀ ନେଇ ପ୍ରଜାମେଳୀ ଅନୁଷ୍ଟିତ ହୋଇଥିବା ବେଳେ ମଙ୍ଗଳବାର ଜନ୍ତାପାଇଠାରେ ବିକାଶ ପାଇଁ ମେଳି ସହ ସରକାରଙ୍କ ସପକ୍ଷରେ ମେଳୀ ଅନୁଷ୍ଟିତ ହୋଇଥିଲା । ଏଥିସହ ପୂର୍ବରୁ ମାଓବାଦୀମାନେ ମୋବାଇଲ ବ୍ୟବହାରକୁ ନିଷିଦ୍ଧ କରିଥିବା ବେଳେ ଏହି ମେଳୀରେ ମାଓବାଦୀଙ୍କୁ ପରୋକ୍ଷରେ ବିରୋଧ କରି କିଛି ବାହାରର କିଛି ହିଂସା ପ୍ରିୟ ଲୋକ ଆମ ଅଂଚଳରେର ବିକାଶରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରି ମୋବାଇଲ ସେବା ଯୋଗାଇବା, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବୀ କରିଥିଲେ । ତେବେ ବୁଧବାର ପୁଣି ବି.ଏସ.ଏଫ କ୍ୟାମ୍ପ ଉଠାଇବା ଦାବୀ ଜୋର ଧରିଛି । ଏଥି ସଙ୍ଗେ ସଙ୍ଗେ ବିକାଶ ମୂଳକ କାର୍ଯ୍ୟ କରିବା ପାଇଁ ସ୍ୱାଭିମାନ ଅଂଚଳର ୫ ଟି ପଂଚାୟତର ହଜାର ହଜାର ଲୋକେ କୁନ୍ତୁରୁପଦର ଆଇ.ଆର.ବି.ଏନ କ୍ୟାମ୍ପ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ଏଥିରେ ବି.ଏସ.ଏଫ ଜବାନମାନେ ସାଧାରଣ ଆଦିବାସୀଙ୍କ ମାଓବାଦୀ ନାମରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking