31.1 C
Bhubaneswar
Friday, March 29, 2024
Homeଓଡିଶାଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା ଅବସର ଗ୍ରହଣ କରିଛନ୍ତି

ଓଡିଆ କ୍ରିକେଟର ପ୍ରଜ୍ଞାନ ଓଝା ଅବସର ଗ୍ରହଣ କରିଛନ୍ତି

ଭୁବନେଶ୍ୱର : ଓଡ଼ିଆ କ୍ରିକେଟିୟର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି । ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି । ଏହି ଅବସରରେ ତାଙ୍କୁ ସମର୍ଥନ କରିଥିବା ସମସ୍ତ ଶୁଭେଚ୍ଛୁ ଓ କ୍ରିକେଟ୍ ପ୍ରେମୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ତା’ସହିତ ଟିମ୍ ଇଣ୍ଡିଆରେ ଖେଳିବା ପାଇଁ ସୁଯୋଗ ଦେଇଥିବାରୁ ବିସିସିଆଇକୁ ମଧ୍ୟ ପ୍ରଜ୍ଞାନ ଧନ୍ୟବାଦ ଜଣାଇଛନ୍ତି ।
୨୦୦୮ରେ ସେ ବାଂଲାଦେଶ ବିରୋଧରେ ଦିନିକିଆ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଟିମ୍ ଇଣ୍ଡିଆ ତରଫରୁ ସେ ମୋଟ ୧୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୨୧ଟି ୱିକେଟ୍ ଅକ୍ତିଆର୍ କରିଥିଲେ । ଶେଷ ଥର ପାଇଁ ୨୦୧୨ ମସିହା ଜୁଲାଇ ୨୪ ତାରିଖରେ ସେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳିଥିଲେ । ସେହିପରି ୨୦୦୯ରେ ସେ ଟେଷ୍ଟ୍ ମ୍ୟାଚ୍ ଡେବ୍ୟୁ କରିଥିଲେ । ସେ ଟିମ୍ ଇଣ୍ଡିଆରେ ସାମିଲ ହୋଇ ୨୪ଟି ଟେଷ୍ଟ୍ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ୨୪ଟି ଟେଷ୍ଟରୁ ସେ ୧୧୩ଟି ୱିକେଟ୍ ନେଇଥିଲେ । ଶେଷଥର ପାଇଁ ୨୦୧୩ରେ ନଭେମ୍ବର ମାସରେ ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ । ଏହାପରେ ସେ ଆଉ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇପାରି ନଥିଲେ । ସେ ୧୪ ବର୍ଷ ଧରି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ତରଫରୁ ଖେଳିଥିଲେ ।
ଟ୍ୱିଟ୍ କରି ପ୍ରଜ୍ଞାନ କହିଛନ୍ତି ଯେ ତାଙ୍କର ଖରାପ ସମୟରେ ବେଙ୍ଗଲ କ୍ରିକେଟ ଆସୋସିଏସନ, ବିହାର କ୍ରିକେଟ ଆସୋସିଏସନ ଓ ସୌରଭ ଗାଙ୍ଗୁଲି ଅନେକ ସହଯୋଗ କରିଛନ୍ତି । ଏଥିପାଇଁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଇପିଏଲ ଖେଳିବା ପାଇଁ ଡେକାନ୍ ଚାର୍ଜର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ତାଙ୍କୁ ସୁଯୋଗ ଦେଇଥିବାରୁ ସେମାନଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ଭିଭିଏସ ଲକ୍ଷ୍ଣଣ, ରୋହିତ ଶର୍ମା ଓ ଅନ୍ୟ ସହଯୋଗୀ ଖେଳାଳିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking