38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗପ୍ରଦୀପଙ୍କୁ ନେଲା ପୋଲିସ

ପ୍ରଦୀପଙ୍କୁ ନେଲା ପୋଲିସ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରୁ ନେଇଛି ଗୋଳନ୍ଥରା ପୋଲିସ । ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ହାଜର ପାଇଁ ଝାରପଡା ଜେଲରୁ ପୋଲିସ ନେଇଛି । ପ୍ରଦୀପଙ୍କ ନାଁରେ ଟାଟାରେ ଚାକିରି ନାଁରେ ଠକେଇ ଅଭିଯୋଗ ରହିଛି । ପଚରାଉଚୁରା ପାଇଁ ରିମାଣ୍ଡ ଆବେଦନ କରିପାରେ ପୋଲିସ । ସୂଚନାଯୋଗ୍ୟଯେ , ଗତକାଲି ଲୋକାୟୁକ୍ତରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଥିବା ମାମଲା ପ୍ରସଙ୍ଗରେ ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଖାରଜ କରିଥିଲେ ହାଇକୋର୍ଟ । ମାମଲାର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । କାରଣ  ଭିଜିଲାନ୍ସ ଆବେଦନକାରୀ ହୋଇଥିବାରୁ ତଦନ୍ତ କରିପାରିବନି । ଲୋକାୟୁକ୍ତଠାରେ ମାମଲା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକୁ ଚାଲେଂଜ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking