29.1 C
Bhubaneswar
Friday, April 26, 2024
Homeଓଡିଶାଏଆଇସିସିକୁ ଉତ୍ତର ଦେଲେ ପ୍ରଦୀପ

ଏଆଇସିସିକୁ ଉତ୍ତର ଦେଲେ ପ୍ରଦୀପ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ପେଟ୍ରୋଲ ଡିଜେଲ ରଖ ଖବର ଗଲେ ନିଆଁ ଲଗାଇବ ବୋଲି ବନ୍ଦ ଡାକରା ବେଳେ କର୍ମୀମାନଙ୍କୁ ଫୋନ ଯୋଗେ କହିଥିବା କଂଗ୍ରେସ ନେତା ପ୍ରଦୀପ ମାଝି ଆଜି ଏଆଇସିସିକୁ ତାର ଉତ୍ତର ଦେଇଛନ୍ତି । ପ୍ରଦେଶ କଂଗ୍ରେସ କମିଟି ଜରିଆରେ ଏଆଇସିସିକୁ ପ୍ରଦୀପ ଉତ୍ତର ଦେଇଛନ୍ତି । ଏହି ବିବାଦୀୟମନ୍ତବ୍ୟ ନେଇ ପ୍ରଦୀପଙ୍କୁ ଏଆଇସିସି ସ୍ପଷ୍ଟିକରଣ ମାଗିଥିଲେ । ପ୍ରଦୀପ ତାଙ୍କ ଉତ୍ତରରେ କହିଥିଲେ ଯେ, ଧୈର୍ଯ୍ୟଚ୍ୟୁତିରୁ ମୁଁ ଏଭଳି ମନ୍ତବ୍ୟ ଦେଇଥିଲି । ଆଗକୁ କଂଗ୍ରେସ ଆଦର୍ଶକୁ ପାଳନ କରିବି ବୋଲି ମଧ୍ୟ କହିଲେ ପ୍ରଦୀପ ।
ନବରଙ୍ଗପୁର ବନ୍ଦ ଡାକରା ବେଳେ ନିଜ ସମର୍ଥକମାନଙ୍କୁ ହିଂସା ପାଇଁ ଉସକାଉଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝିଙ୍କୁ । ପେଟ୍ରୋଲ ଡିଜେଲ ରଖ ଖବର ଗଲେ ନିଆଁ ଲଗାଇବ ବୋଲି ବନ୍ଦ ଡାକରା ଦେଇଥିବା କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ନାମରେ ଥାନାରେ ଏତଲା ରୁଜୁ ହୋଇଥିଲା । ଏନେଇ ଥାନାରେ ନିଜ ତରଫରୁ ଏତଲା କରିଥିଲା ନବରଙ୍ଗପୁର ପୁଲିସ । ପ୍ରଦୀପ ମାଝିଙ୍କ ସହ ମୋଟ ୧୫ ଜଣଙ୍କାନାମରେ ଏତଲା ରୁଜୁ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking