36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ : ଆଫଗାନିସ୍ତାନର ମସଜିଦ ଉପରେ ଆକ୍ରମଣ ବନ୍ଦ ହେବାର ନା ନେଉନାହିଁ । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣ ସମ୍ପର୍କରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ କାବୁଲର ଏକ ସୁନି ମସଜିଦରେ ଏହି ବିସ୍ଫୋରଣ ଘଟିଛି । ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ମସଜିଦରେ ପ୍ରାର୍ଥନା କରିବାକୁ ଆସିଥିଲେ । ଏହି ଘଟଣାରେ ୨୦ ଜଣ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ଆଫଗାନିସ୍ତାନର ଏକ ମସଜିଦରେ ଜୋରଦାର ବିସ୍ଫୋରଣ ହୋଇଥିଲା ।

ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ୧୯ ତାରିଖରେ କାବୁଲର ଏକ ସ୍କୁଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ । ସୂଚନା ଯୋଗ୍ୟ, ୮ ମଇ ୨୦୨୧ ରେ କାବୁଲରେ ଏକ ବଡ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଏକ ବିଦ୍ୟାଳୟ ନିକଟରେ କରାଯାଇଥିଲା । ଏହି ଘଟଣାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିପରି ୧୪ ନଭେମ୍ବର ୨୦୨୧ ରେ, କାବୁଲର ଶିଆ-ବହୁଳ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା । ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking