39.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଅନ୍‌ଲାଇନ୍ ପାଠ୍ୟକ୍ରମରେ ବାଧକ ସାଜିଛି ଦାରିଦ୍ର‌୍ୟତା 

ଅନ୍‌ଲାଇନ୍ ପାଠ୍ୟକ୍ରମରେ ବାଧକ ସାଜିଛି ଦାରିଦ୍ର‌୍ୟତା 

ବରଗଡ଼ : କାହା ପାଖରେ ମୋବାଇଲ ନାହିଁ ତ’ ଆଉ କେଉଁଠାରେ ମୋବାଇଲ ନେଟୱାର୍କ ନାହିଁ । ଏପରି ସ୍ଥିତିରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଇଚ୍ଛା ଶକ୍ତି ଯୋଗୁଁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ସମ୍ଭବ ହୋଇପାରିଛି ।
ବରଗଡ଼ ଜିଲ୍ଲାର ଉପାନ୍ତ ଅମ୍ବାଭୋନା ବ୍ଲକ । ବ୍ଲକ ସଦର ମହକୁମାରୁ କିଛି ଦୂରକୁ ଗଲେ ବୁଢ଼ୀପାଲି ଗ୍ରାମ । ଏଠାରେ ରହିଥିବା ୟୁପି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୪ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ତେବେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ଅଭିଭାବକ କୃଷି ଶ୍ରମିକ କିମ୍ବା ନାମମାତ୍ର ଚାଷୀ । ଫଳରେ ସେମାନେ ବର୍ତ୍ତମାନର କରୋନା କଟକଣା ମଧ୍ୟରେ ନିଜ ପୁଅଝିଅଙ୍କୁ ପାଠ ପଢ଼ିବା ପାଇଁ ମୋବାଇଲଟିଏ ଯୋଗାଇବାରେ ସକ୍ଷମ ନୁହଁନ୍ତି । ସେହିପରି ଅମ୍ବାଭୋନାର ଏହି ଉପାନ୍ତ ଗାଁରେ ମୋବାଇଲ ନେଟୱାର୍କ ମଧ୍ୟ ନ କହିବା ଭଳି । ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବାବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରୟାସ ଯୋଗୁଁ ସେମାନେ ନିୟମିତ ପାଠ ପଢ଼ିପାରୁଛନ୍ତି । ବୁଢ଼ୀପାଲି ଗ୍ରାମରେ ପ୍ରାରମ୍ଭରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଘରକୁ ଘରକୁ ଯାଇ ପାଠ ପଢ଼ାଉଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ସ୍କୁଲ ପରିସରରେ କୋଭିଡ ନିୟମାନୁସାରେ ସାମାଜିକ ଦୂରତା, ମାସ୍କ ପିନ୍ଧି ପାଠ ପଢ଼ାଯାଉଛି । ସେହିପରି ବିଦ୍ୟାଳୟରେ ଜଣେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଥିବା ଦୃଷ୍ଟିରୁ ଏକା ସାଙ୍ଗରେ ସମସ୍ତ କ୍ଳାସର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ା ନ ଯାଇ ଭିନ୍ନ ଭିନ୍ନ ଦିବସରେ ସେମାନଙ୍କୁ ଶିକ୍ଷାଦାନ କରାଯାଉଛି । ଛାତ୍ରଛାତ୍ରୀଙ୍କ ଭିନ୍ନ ଭିନ୍ନ ଗ୍ରୁପ୍ କରାଯିବା ସହ ସେମାନଙ୍କୁ ଭିନ୍ନ ଭିନ୍ନ ସମୟରେ ସ୍କୁଲକୁ ଡକାଯାଇ ପାଠ ପଢ଼ାଯାଉଛି । ତେବେ ଦୀର୍ଘ ଦିନ ହେବ କରୋନା କଟକଣା ଯୋଗୁଁ  ସ୍କୁଲ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ପୂର୍ବରୁ ପଢ଼ିଥିବା ପାଠ ଭୁଲିଯିବାକୁ ବସିଥିଲେ । ସେଥିପାଇଁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅଧିକ ସମୟ ଦେଇ ପାଠ ପଢ଼ାଇବା ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବାର ପ୍ରୟାସ ଜାରି ରଖିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରି ଭଲ ମଣିଷଟିଏ ଗଢ଼ିବାର ଉଦ୍ୟମ ଏହି ଉପାନ୍ତ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking