36.7 C
Bhubaneswar
Tuesday, April 16, 2024
Homeଓଡିଶାଶ୍ରୀମନ୍ଦିର ଆଇନ ସଂଶୋଧନ ମାମଲା: ଜବାବ ଦାଖଲ ଲାଗି ସମୟ ଲୋଡ଼ିଲେ ସରକାର

ଶ୍ରୀମନ୍ଦିର ଆଇନ ସଂଶୋଧନ ମାମଲା: ଜବାବ ଦାଖଲ ଲାଗି ସମୟ ଲୋଡ଼ିଲେ ସରକାର

କଟକ: ଶ୍ରୀମନ୍ଦିର ଆଇନରେ ସଂଶୋଧନକୁ ନେଇ ଆଗତ ମାମଲାରେ ଜବାବ ଦାଖଲ କରିବା ପାଇଁ ରାଜ୍ୟ ସରକାର ହାଇକୋର୍ଟରୁ ସମୟ ଲୋଡିଛନ୍ତି । ଶ୍ରୀମନ୍ଦିର ଆଇନରେ ସଂଶୋଧନ ମାମଲାରେ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍‍ ଜାରି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଜବାବ ଦାଖଲ କରାଯାଇ ନଥିଲା । ତେଣୁ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ଠାରୁ ସମୟ ଲୋଡିଥିଲେ ସରକାର । ମୁଖ୍ୟ ବିଚାରପତି ଡକ୍ଟର ଏସ.ମୁରଲୀଧର ଓ ବିଚାରପତି ଚିତ୍ତ ରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବା ପାଇଁ ୮ସପ୍ତାହ ମହଲତ ପ୍ରଦାନ କରିଛନ୍ତି । ଅନ୍ୟ ପକ୍ଷରେ ଶ୍ରୀ ମନ୍ଦିର ପ୍ରଶାସନ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଡିସେମ୍ବର ୧୪ ତାରିଖକୁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତିି । ଆବେଦନକାରୀ ଦିଲ୍ଲୀପ ବରାଳ ଶ୍ରୀଜଗନ୍ନାଥଙ୍କ ଜମି ଅସୁରକ୍ଷିତ ବା ବିପଦ ଥିବା ଦର୍ଶାଇ ହାଇକୋର୍ଟରେ ଏକ ପିଟିସନ ରୁଜୁ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ରାଜ୍ୟ ସରକାର ସଂଶାଧନ ଆଣିଥିଲେ । ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା । ସଂଶୋଧନକୁ ରଦ୍ଦ କରିବା ଲାଗି ଆବେଦନକାରୀ ହାଇକୋଟଙ୍କୁ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking