28.1 C
Bhubaneswar
Tuesday, June 28, 2022
Homeଦେଶ ବିଦେଶଆଳୁ ଚୋପାର ରହିଛି ଏତେ ସବୁ ଫାଇଦା

ଆଳୁ ଚୋପାର ରହିଛି ଏତେ ସବୁ ଫାଇଦା

ନୂଆଦିଲ୍ଲୀ : ଆଳୁରୁ ଚୋପା ଛଡାଇବା ପରେ ଏହାକୁ ଅଳିଆ ଭାବି ଆମେ ଡଷ୍ଟବିନରେ ପକାଇ ଦେଉ। କିନ୍ତୁ ଆପଣମା​‌ନେ ଜାଣିଛନ୍ତି କି, ଏହି ଆଳୁଚୋପା ଆପଣଙ୍କ ଶରୀର ପାଇଁ କେତେ ଉପକାରୀ? ଯଦି ଜାଣିନାହାନ୍ତି ତେବେ ଏହାର ଉପକାରୀ ସମ୍ପର୍କରେ ଜାଣି ରଖିବା ନିହାତି ଦରକାର।ଆଳୁର ଚୋପାରେ ଭରପୁର ପରିମାଣରେ ଭିଟାମିନର ବି୩ ମିଳିଥାଏ। ଯାହାକି ଶରୀରକୁ ଶକ୍ତି ଦେବାରେ କାମ କରିଥାଏ। ଏହାଛଡା ଏଥିରେ ଥିବା ନୈସିନ କାର୍ବୋଜକୁ ଏନର୍ଜିରେ କନଭର୍ଟ କରିଥାଏ। ଆଳୁରେ ଭରପୁର ପରିମାଣରେ ଫାଇବର ରହିଥାଏ, ସେଭଳି ଏହାର ଚୋପାରେ ମଧ୍ୟ ସମାନ ପରିମାଣର ଫାଇବର ରହିଥାଏ। ଏହା ପାଚନ ଶକ୍ତିକୁ ବଢାଇବାରେ କାମ କରିଥାଏ।

କେବଳ ସେତିକି ନୁହେଁ, ଆଳୁ ଚୋପାରେ  ପୋଟାସିୟମ ଅଧିକ ପରିମାଣାରେ ରହିଥାଏ। ପୋଟାସିୟମ ବ୍ଲଡ ପ୍ରେଶରକୁ ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ। ଆଳୁଚୋପା ମେଟାବଲିଜିମକୁ ଠିକ୍ ରଖିବାରେ ସାହାର୍ଯ୍ୟ କରିଥାଏ। ଏକ୍ସପର୍ଟଙ୍କ କହିବା ଅନୁସାରେ ଆଳୁଚୋପା ଖାିବା ଫଳରେ ନର୍ଭସ ସିଷ୍ଟମ ମଜବୁତ ରହିଥାଏ।ଆଳୁ ଚୋପାରେ ଆଇରନ ମଧ୍ୟ ଅଧିକ ପରିମାଣରେ ରହିଥାଏ, ଯାହାଫଳରେ ଏନିମିୟା ହେବାର ବିପଦ ମଧ୍ୟ କମ୍ ହୋଇଯାଇଥାଏ। ତେଣୁ ଯେଉଁ ଲୋକଙ୍କୁ ଆଇରନର ଅଭାବ ରହିଛି ତାଙ୍କୁ ଆଳୁ ସହିତ ଚୋପା ଖାଇବା ଦରକାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking